କନକ ବ୍ୟୁରୋ : କରୋନା କଟକଣା ଯୋଗୁ ଏଥର ଫିକା ପଡ଼ିଛି ଖଣ୍ଡଗିରି ମାଘ ମେଳା । ଏଥର ଖଣ୍ଡଗିରି ମେଳାରେ ଜମିଲାନି ଭିଡ଼ । ପୂର୍ବରୁ ବିଶ୍ୱଶାନ୍ତି ଯଜ୍ଞ ପାଇଁ ଶହ ଶହ ସଂଖ୍ୟାରେ ସାଧୁ ଆସୁଥିଲେ । ହେଲେ ଚଳିତ ବର୍ଷ ଏହି ସଂଖ୍ୟା ବହୁତ କମ୍ ରହିଛି । ସେହିପରି ଭକ୍ତଙ୍କ ଗହଳି ମଧ୍ୟ ନାହିଁ । ଖଣ୍ଡଗିିରି ମେଳାରେ ଆଜିଠାରୁ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହେବ । ପୂର୍ଣ୍ଣିମା ପର୍ଯ୍ୟନ୍ତ ଅହରହ ଚାଲିବ ବିଶ୍ୱଶାନ୍ତି ଯଜ୍ଞ । ଅନନ୍ତ ଗୁମ୍ଫା ସମ୍ମୁଖରେ ଗୋସ୍ୱାମୀ ପିତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ ଜାଗମରା ପୋଖରୀରୁ ଘଟ ଆଣି ସ୍ଥାପନ କରିବେ ।

Advertisment

ଏହି ଅବସରରେ କଳସ ଶୋଭାଯାତ୍ରା ମଧ୍ୟ ହେବ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଖଣ୍ଡଗିରି ମେଳା । ବିଗତ ଦିନରେ ଖଣ୍ଡଗିରି ମେଳାରେ ବେଶ୍ ଚର୍ଚ୍ଚାରେ ରହୁଥିଲେ ଡାକ୍ତର ବାବା । ବାବା ମହନ୍ତ ମୋହନ ଗିରି ନାଗା ସନ୍ୟାସୀଙ୍କ ଚେରମୂଳିରେ ଅନେକ ଦୂରାରୋଗ୍ୟ ଭଲ ହୋଇଯାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେଥିପାଇଁ ବାବାଙ୍କ ଶିବିରରେ ପ୍ରତିବର୍ଷ ଲମ୍ବାଧାଡି ଦେଖିବାକୁ ମିଳୁଥିଲା । ଏବର୍ଷ କରୋନା ଯୋଗୁ ବାବାଙ୍କ ପାଖରେ କିନ୍ତୁ ପୂର୍ବ ଭଳି ଲମ୍ବା ଧାଡି ନାହିଁ ।