କନକ ବ୍ୟୁରୋ: ଖଣ୍ଡଗିରି ମେଳାରେ ଭଳିକି ଭଳି ବାବାଙ୍କୁ ତ ଆପଣ ଦେଖିଥିବେ । ହେଲେ ଜଣେ ଏପରି ବାବା ଅଛନ୍ତି ଯିଏ ଏବେ ସମସ୍ତଙ୍କ ପ୍ରିୟ ପାଲଟି ଯାଇଛନ୍ତି ତାଙ୍କର ଜନସେବାକୁ ନେଇ । ସେ ସାଧୁ ବି ,ସେ ଡାକ୍ତର ବି । ହଁ ଏକଥା ଆମେ କହୁନୁ, ତାଙ୍କର କାମ ଦେଖିଲେ ଆପଣ କହିବେ । ଖଣ୍ଡଗିରି ମେଳା ବୁଲି ଆସୁଥିବା ଲୋକ, ଏହି ବାବାଙ୍କ ଠାରୁ ଆଶୀର୍ବାଦ ସହ ନେଇ ଆସୁଛନ୍ତି ଗୋଟିଏ ଗୋଟିଏ ପ୍ରେସକ୍ରିପସନ୍ ଆଉ ଡାକ୍ତର ସାଜି ବାବା କରୁଛନ୍ତି ଚିକିତ୍ସା ।
ଇପସିତା ନାମକ ଜଣେ ଡାକ୍ତର ଛାତ୍ରୀ ମଧ୍ୟ ବାବାଙ୍କ ମହିମା ଉପରେ ବିଶ୍ୱାସ ରଖି ତାଙ୍କ ଆଖି ସମସ୍ୟାକୁ ନେଇ ତାଙ୍କ ପାଖରୁ ଔଷଧ ଲେଖାଇ ନେଇଛନ୍ତି । ଯାହା ଆପଣ ଜାଣିଲେ ତାଜୁବ ହେବେ । କେବଳ ଇପସୀତା ନୁହଁନ୍ତି ତାଙ୍କ ପରି ଖଣ୍ଡଗିରି କୁମ୍ଭମେଳାକୁ ଆସିଥିବା ଶହ ଶହ ଲୋକଙ୍କ ଧାଡି ଲମ୍ବିଛି ଏହି ଡାକ୍ତର ବାବାଙ୍କ ପାଖକୁ । ଗୋଟିଏ ସ୍ଥାନରେ ମେଳା ବୁଲିବା, ବାବାଙ୍କ ସାନିଧ୍ୟ ଲାଭ ତା ସହିତ ରୋଗର ଉପଚାର । ଏପରି ସୁଯୋଗ ନେଇ ଅନେକ ଲୋକ ପ୍ରତିଦିନ ବାବାଙ୍କ ନିକଟରେ ପହଁଚି ରୋଗ କହି ଔଷଧ ଲେଖାଇ ନେଉଛନ୍ତି । ମହନ୍ତ ମୋହନ ଗିରି ନାଗା ସନ୍ୟାସୀଙ୍କ ଦାବି ହେଉଛି ସେ ଆୟୁର୍ବେଦିକ ଚିକିତ୍ସାରେ ରତ୍ନ କରିଛନ୍ତି । ଗୁରୁଙ୍କ କୃପା ବି ରହିଛି । ଏହା ବଳରେ ସବୁ ରୋଗର ସମାଧାନ ଦେଖାଇ ପାରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/doctor-baba.png)