ସାମ୍ବାଦିକ ଓ ପୋଲିସକୁ ମାଡମାରି ଡାକ୍ତର ଗିରଫ: କେନ୍ଦ୍ରାପଡା ଦୁର୍ଗା ନର୍ସିଂହୋମର ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଖବର ସଂଗ୍ରହ କରିବାକୁ ଯାଇଥିବା ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ କରିଥିଲେ ଆକ୍ରମଣ । ତଦନ୍ତ ପାଇଁ ପୋଲିସକୁ ବି ଛାଡି ନଥିଲେ ଡାକ୍ତର

592

କନକ ବ୍ୟୁରୋ: ସାମ୍ବାଦିକ ଓ ପୋଲିସକୁ ଆକ୍ରମଣ ଅଭିଯୋଗରେ ଡାକ୍ତର ଗିରଫ । ଅଭିଯୋଗ ଅନୁସାରେ ଖବର ସଂଗ୍ରହ କରିବାକୁ ଯାଇଥିବା ଏକ ୱେବ ଚ୍ୟାନେଲର ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ କେନ୍ଦ୍ରାପଡା ଦୁର୍ଗା ନର୍ସିଂହୋମର ଡାକ୍ତର । ଆକ୍ରମଣର ଶିକାର ସାମ୍ବାଦିକ ଥାନାରେ ଅଭିଯୋଗ କରିବା ପରେ ଟାଉନ ଥାନା ସବଇନସ୍ପେକ୍ଟର ତଦନ୍ତ କରିବାକୁ ଘଟଣାସ୍ଥଳରେ ପହଂଚିଥିଲେ । ତେବେ ଏଥିରେ ଉତକ୍ଷିପ୍ତ ହୋଇ ଡାକ୍ତର ଦେବାଶିଷ ସାହୁ ଓ ଶିବାଶିଷ ସାହୁଙ୍କ ସମେତ ନର୍ସିଂହୋମର କର୍ମଚାରୀ ମିଶି ଆକ୍ରମଣ କରିଥିଲୋ ଏଥିରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ପୋଲିସ ସମସ୍ତଙ୍କୁ ଗିରଫ କରିଛି । ଦୁଇ ଡାକ୍ତରଙ୍କ ସମେତ ନର୍ସିଂହୋମର ୮ ଜଣଙ୍କୁ ପୋଲିସ ଗିରଫ କରିଛି । 

ମିଳିଥିବା ସୂଚନାନୁଯାୟୀ, ଏକ ନିର୍ଦ୍ଦିଷ୍ଟ ଓ୍ବେଵ ପୋର୍ଟାଲ୍‌ରେ କାର୍ଯ୍ୟରତ ସୁନିଲ ମହାପାତ୍ର ଗତକାଲି ରାତି ପ୍ରାୟ ୯ଟା ବେଳେ ଖବର ସ˚ଗ୍ରହ ପାଇଁ କେନ୍ଦ୍ରାପଡ଼ା ସହରରେ ଥିବା ଦୁର୍ଗା ନର୍ସି˚ହୋମ୍‌କୁ ଯାଇଥିଲେ। ସେଠାରେ ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରୁଥିବା ବେଳେ ନର୍ସି˚ହୋମ୍‌ ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ପୁଅ ଦେବାଶିଷ ଓ ଶିବାଶିଷ ହଠାତ୍‌ ଆସି ଗାଳିଗୁଲଜ୍‌ କରିବା ସହ ମାଡ଼ ମାରିଥିଲେ। ଏପରିକି ସୁନିଲଙ୍କ ବାଇକ୍‌ ଓ ମୋବାଇଲ୍‌ ଛଡ଼ାଇ ରଖି ଦେଇଥିଲେ। ଏହି ସମୟରେ ନର୍ସି˚ହୋମ୍‌ ଆଗରେ ଭିଡ଼ ହୋଇଥିବା ଦେଖି ସେହି ବାଟ ଦେଇ ଯାଉଥିବା ଜଣେ ପ୍ରଶାସନିକ ଅଧିକାରୀ ପୁଲିସକୁ ଖବର ଦେଇଥିଲେ।

ଥାନାଧିକାରୀ ଏସ୍‌ଆଇ ସୌମ୍ୟର˚ଜନ ଜାଲିଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଏସ୍‌ଆଇ ଶ୍ରୀ ଜାଲି ନର୍ସି˚ହୋମ୍‌କୁ ଯାଇ ଏ ସ˚କ୍ରାନ୍ତରେ ପଚରାଉଚରା କରିବା ସହ ସୁନିଲଙ୍କ ବାଇକ୍‌ ଓ ମୋବାଇଲ୍‌ ଦେବା ପାଇଁ କହିଥିଲେ। ହେଲେ ଦୁଇ ଭାଇ ଦେବାକୁ ମନା କରି ଦେଇଥିଲେ। ଏଭଳି ସ୍ଥିତିରେ ଏସ୍‌ଆଇ ସିସି କ୍ୟାମେରା ଯାଞ୍ଚ କରି ଘଟଣା ପ୍ରକୃତରେ କ’ଣ ବୋଲି ଜାଣିବାକୁ ଚାହିଁବାରୁ ଅଭିଯୁକ୍ତ ଦୁଇ ଭାଇ ତାଙ୍କୁ ଠେଲାପେଲା କରିବା ସହ ଗାଳି କରିଥିବା ଥାନାଧିକାରୀ ସୂଚନା ଦେଇଥିଲେ।