ଅସୁସ୍ଥ ଅବସ୍ଥାରେ କାକଟପୁର ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ର । ଆସୁନାହାଁନ୍ତି ଡାକ୍ତର କି କର୍ମଚାରୀ, ଚିକିତ୍ସା ପାଇଁ ଆସି ଦୂରଦୂରାନ୍ତରୁ ରୋଗୀ ନିରାଶ

87

କନକ ବ୍ୟୁରୋ : କାକଟପୁର ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ । ଯାହାଫଳରେ ରୋଗୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ମେଡିକାଲରେ ଡାକ୍ତର କିଛି ଦିନ ହେଲା ଅନୁପସ୍ଥିତ ଅଛନ୍ତି । ତା ସାଙ୍ଗକୁ ସେଠାରେ ଥିବା ଅନ୍ୟ ଆୟୁଷ ଡାକ୍ତର ଓ କର୍ମଚାରୀ ମାନେ ସଠିକ୍ ଭାବେ ମେଡିକାଲକୁ ଆସୁନାହାନ୍ତି । ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ମାନେ ଚିକତ୍ସା ନପାଇ ବହୁ ହନ୍ତ ସନ୍ତ ହେଉଛନ୍ତି । ଡାକ୍ତରଙ୍କ ଚେୟାର ଖାଲି ଥିବା ବେଳେ କିଛି ସମୟରେ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି । କାକଟପୁରର ମୁଖ୍ୟ ଆରୋଗ୍ୟ କେନ୍ଦ୍ରର ବେଶ ନାଁ ଥିବା ବେଳେ ଚିକିତ୍ସା ସଠିକ୍ ଭାବେ ମିଳିପାରୁନି । ସ୍ୱାସ୍ଥ୍ୟୃକେନ୍ଦ୍ର ଭିତରେ ମାଳ ମାଳ ମେଡିସିନ୍ ରିପ୍ରେଜେଂଟେଟିଭ ବୁଲୁଥିବାର ଦେଖିବାକୁ ମିଳୁଛି । ରାତିପାହିଲେ ଶହଶହ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏହିଭଳି ଅବ୍ୟବସ୍ଥା ଯୋଗୁ ଚିନ୍ତାରେ ପଡିଛନ୍ତି । ସମସ୍ୟା ନେଇ ବହୁବାର ଅଭିୀଯୋଗ ବି କରିଛନ୍ତି । ହେଲେ କୌଣସି ସମାଧାନ ନହେବାରୁ ଅସନ୍ତୋଷ ବଢିଚାଲିଛି ।