କରୋନା ନେଇ ଦେଶର ବଡ଼ ଡାକ୍ତରଙ୍କ ବଡ଼ ପରାମର୍ଶ । ମେଦାନ୍ତ ମୁଖ୍ୟ ନରେଶ ତ୍ରେହାନ କହିଲେ, ବାହାରକୁ ଗଲେ ପିନ୍ଧନ୍ତୁ ଡବଲ୍ ମାସ୍କ । ଘରକୁ ଫେରିଲେ ବଦଳାନ୍ତୁ ପୋଷାକ ।

248

କନକ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ସାଧାରଣ ଲୋକଙ୍କ ସନ୍ଦେହ ଦୂର ପାଇଁ ବିଭିନ୍ନ ପ୍ରଶ୍ନ ଉପରେ ଆଲୋଚନା କରିଛନ୍ତି ଦେଶର ବରିଷ୍ଠ ଚିକିତ୍ସକ । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡକ୍ଟର ନରେଶ ତ୍ରେହାନ, ଏମ୍ସର ଔଷଧ ବିଭାଗ ମୁଖ୍ୟ ଡକ୍ଟର ନବନୀତ ୱିଗ ଓ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶ ଡାକ୍ତର ସୁନୀଲ କୁମାର । ଏହି ଅବସରରେ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ କେତୋଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ନିୟମିତ ପ୍ରାଣାୟାମ କରିବା, ଡବଲ ମାସ୍କ ପିନ୍ଧିବା ଓ ବାହାରୁ ଆସିଲେ ହାତ ଗୋଡ ଧୋଇ ପରିବାର ଲୋକଙ୍କ ସହ ମିଶିବାକୁ ସେ ପରାମର୍ଶ ଦେଇଛନ୍ତି ।