ପ୍ରମାଣପତ୍ର ପାଇଁ ଲାଂଚ ମାଗୁଛନ୍ତି ଡାକ୍ତର । ଢେଙ୍କାନାଳ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଲାଂଚ ମାଗୁଥିବା ବେଳର ଭିଡିଓ ଭାଇରାଲ

ଫିଟନେସ୍ ସାର୍ଟିଫିକେଟ ପାଇଁ ନେଉଥିଲେ ଟଙ୍କା

324

କନକ ବ୍ୟୁରୋ: ଡ୍ରାଇଭିଂ ଲାଇସନ୍ସର ଫିଟନେସ୍ ସାର୍ଟିଫିକେଟ୍ ଦେବାକୁ ଡାକ୍ତର ନେଉଛନ୍ତି ଲାଂଚ । ବିନା ଟଙ୍କାରେ କିଛି କାମ ହେବନି ବୋଲି ସିଧା ସିଧା ମନା କରିଦେଉଛନ୍ତି । ବାଧ୍ୟ ହୋଇ ଡ୍ରାଇଭିଂ ଲାଇସନ୍ସ ପାଇଁ ଫିଟନେସ୍ ସାର୍ଟିଫିକେଟ୍ ପାଇବାକୁ ଜଣକ ପିଛା ଶହେରୁ ଦୁଇ ଶହ ଟଙ୍କା ଦେଉଛନ୍ତି ଲୋକେ । ତେବେ ଲାଂଚ ନେବାର ଏପରି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।

ଫିଟନେସ୍ ସାର୍ଟିଫିକେଟ୍ ପାଇଁ ଟଙ୍କା ନେଉଥିବା ଡାକ୍ତର ଜଣକ ହେଉଛନ୍ତି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି । ଫିଟନେସ୍ ସାର୍ଟିଫିକେଟ୍ ଦେବାକୁ ଜଣ ପିଛା ଆଦାୟ କରୁଛନ୍ତି ଶହେ ରୁ ୨୦୦ ଟଙ୍କା । ତେବେ ଏହି ଟଙ୍କା ନେବା ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗରେ ଫାଇଭ୍ ଟି ଲାଗୁ କରିଥିବା ସମୟରେ ଡାକ୍ତର ସାର୍ଟିଫିକେଟ୍ ଦେବାକୁ ଏପରି ଲାଂଚ ନେବା ଭିଡିଓ ଚର୍ଚ୍ଚା ସୃଷ୍ଟି କରିଛି ।