ଡକାୟତି ଗ୍ୟାଙ୍ଗକୁ ଗିରଫ କଲା ସମ୍ବଲପୁର ପୋଲିସ ; କରିଛନ୍ତି ୧୪ଟି ବଡ ଲୁଟ୍

Advertisment
ଡକାୟତି ଗ୍ୟାଙ୍ଗକୁ ଗିରଫ କଲା ସମ୍ବଲପୁର ପୋଲିସ ; କରିଛନ୍ତି ୧୪ଟି ବଡ ଲୁଟ୍

କନକ ବ୍ୟୁରୋ: ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗତ ୧୬ ତାରିଖ ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ଠାରେ ହୋଇଥିବା ରାଇସ ମିଲ ଡକାୟତି ଘାଟଣାରେ ପୋଲିସ ପର୍ଦ୍ଦାଫାଶ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ତେବେ ଏହି ଡକାୟତ ମାନେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ ୧୪ଟି ଡକାୟତ କରି କରିଥିବା ଜଣାପଡ଼ିଛି । ପୋଲିସର ସ୍ୱତନ୍ତ୍ର ଟିମ ଏହି ଡକାୟତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।

ତେବେ ପୋଲିସ ସମ୍ବଲପୁରର ବିଭିନ୍ନ ରାଇସମିଲରେ ହୋଇଥିବା ଡକାୟତି ଘଟଣାକୁ ଅନୁଧ୍ୟାନ କରି ସିସିଟିଭି ଯାଞ୍ଚ କରିଥିଲେ। ଏହାପରେ ଏହି ଡକାୟତ ମାନେ ଆଉ ଏକ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ମୁଣ୍ଡଘଟ ନିକଟରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଡକାୟତି ଘଟଣାରେ ୧୦ ଜଣ ଡକାୟତ ଗିରଫ ହୋଇଥିବା ବେଳେ ୪୮୦ ଗ୍ରାମ ସୁନା, ୧୬୫ ଗ୍ରାମ ରୁପା ଅଳଙ୍କାର, ୫ ଲକ୍ଷ୍ୟ ୧୨ ହଜ଼ାର ଟଙ୍କା, ୧୧ଟି ମୋବାଇଲ, ୫ଟି ବାଇକ୍ ଜବତ ହୋଇଛି। ୨ଟି ବୋଲେରୋ ଓ ଗୋଟିଏ ଟ୍ରାକ୍ଟର ମଧ୍ୟ ଜବତ କରିଛି ବୁର୍ଲା ପୋଲିସ। ଏହା ପୂର୍ବରୁ ବରଗଡ଼, ବଲାଙ୍ଗୀର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜ଼ିଲ୍ଲା ରେ ମଧ୍ୟ ଏମାନେ ଅପରାଧ କରିଥିବା ପୋଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe