କନକ ବ୍ୟୁରୋ: ଆପଣଙ୍କର ଝିଅ ଦରକାର ନା ପୁଅ । ଶୀଘ୍ର ଦମ୍ପତ୍ତି ନେଇପାରିବେ ଆଗୁଆ ନିଷ୍ପତ୍ତି । ବୈଜ୍ଞାନିକ ମାନେ ଏଭଳି ଜ୍ଞାନକୌଶଳ ପ୍ରସ୍ତୁତ କରିଛନ୍ତି ଯେଉଁ ସାହାଯ୍ୟରେ ଦମ୍ପତ୍ତି ଶିଶୁଙ୍କର ଲିଙ୍ଗ ନେଇ ନିଷ୍ପତ୍ତି ନେଇପାରିବେ । ବୈଜ୍ଞାନିକ ଦାବି କରିଛନ୍ତି ଏହି ନୂଆ ଜ୍ଞାନକୌଶଳ ସୁରକ୍ଷିତ ଏବ ୮୦ ପ୍ରତିଶତ ମନମୁତାବକ ଫଳାଫଳ ଦେଇଛି । ଆସନ୍ତୁ ଏହି ଭିଡିଓରେ ଜାଣିବା କଣ ଏହି ଜ୍ଞାନକୌଶଳ? କେମିତି ଆପଣ ନିଷ୍ପତ୍ତି ନେବେ ଆପଣଙ୍କର ଦରକାର କଣ?
ନ୍ୟୁୟର୍କର ବେଲ କର୍ଣ୍ଣଲ ମେଡିସିନର ଗବେଷଣା କରୁଥିବା ପ୍ରଫେସର ଗିୟାନପିୟରୋ ନୂଆ ତଥ୍ୟ ହାସଲ କରିଛନ୍ତି । ଏହି ରିସର୍ଚ୍ଚରୁ ଆପଣଙ୍କର ଝିଅ ଦରକାର ନା ପୁଅ ତାହା ବାବଦରେ ନିଷ୍ପତ୍ତି ନେଇପାରିବେ । ଗବେଷକଙ୍କ କହିବା କଥା ଯେ ଲିଙ୍ଗ ନେଇ ନିଷ୍ପତ୍ତି ନେଇ ସଫଳତା ମିଳିଛି । ତେବେ ମନମୁତାବକ ଏଭଳି କରିବା ପ୍ରକ୍ରିୟା ବେଶ ଗମ୍ଭୀର ବିଷୟ । ଏହା ଏଥିପାଇଁ ଯେ କାରଣ ବିଶ୍ୱର ଅନେକ ଦେଶରେ ଜନ୍ମ ପୂର୍ବରୁ ଶିଶୁର ଲିଙ୍ଗ ନିରୂପଣ କରିବା ବେଆଇନ । କେବଳ ଗୋଟିଏ ସର୍ତ୍ତରେ ଶିଶୁର ଲିଙ୍ଗ ବାବଦରେ ତଥ୍ୟ ଦିଆଯାଏ ଯେଉଁଠାରେ ଗର୍ଭସ୍ଥ ଶିଶୁ କୌଣସି ରୋଗରେ ଆକ୍ରାନ୍ତ ଥାଏ ।

Advertisment

ଆସନ୍ତୁ ଜାଣିନେବା ଯେ ଜନ୍ମ ପୂର୍ବରୁ ଆପଣ କେମିତି ଶିଶୁର ଲିଙ୍ଗ ବାବଦରେ ନଷ୍ପତ୍ତି ନେଇପାରିବେ । ଶିଶୁ ମାନଙ୍କର ଲିଙ୍ଗ ନିରୂପଣ ପୂର୍ବରୁ କ୍ରମୋଜମକୁ ମଧ୍ୟ ବୁଝିନେବା ଦରକାର । ଆମ ଶରୀରେ ଦୁଇ ପ୍ରକାର କ୍ରମୋଜମ ଥାଏ । ଏହା ହେଉଛି ଏକ୍ସ ଏବଂ ୱାଇ । ଝିଅଙ୍କ ଜନ୍ମ ପଛରେ ଏକ୍ସ କ୍ରମୋଜମ ଏବଂ ପୁଅଙ୍କ ଜନ୍ମ ପଛରେ ୱାଇ କ୍ରମୋଜମ ଦାୟୀ । ବୈଜ୍ଞାନିକ ଲିଙ୍ଗ ନିରୂପଣ ପୂର୍ବରୁ ସେହି କ୍ରମୋଜୋମକୁ ଚିହ୍ନଟ କରିଥିଲେ ଯାହର ଫଳାଫଳ ସେମାନେ ଚାହୁଁଛନ୍ତି । ଯେମିତି ପୁଅଙ୍କ ପାଇଁ ଏକ୍ସ କ୍ରମୋଜେମ, ଏହାର ଫଳାଫଳ ଜାଣିବା ପାଇଁ ସେମାନେ ଡେନ୍ସଟି ଜ୍ଞାନକୌଶଳର ସାହାରା ନେଇଥିଲେ ।

ବୈଜ୍ଞାନିକଙ୍କ କହିବା କଥା ଯେ ଡେନ୍ସଟି ଜ୍ଞାନକୌଶଳ ଜରିଆରେ ଆପଣ ଜାଣିପାରିବେ ଯେ କ୍ରମୋଜମଟି ଏକ୍ସ ନା ୱାଇ । ଏକ୍ସ କ୍ରମୋଜୋମ୍, ୱାଇ କ୍ରମୋଜମ୍ ତୁଳନାରେ ଶକ୍ତିଶାଳୀ ହୋଇଥାଏ । ଏହିଭଳି ଭାବେ ଆପଣ କ୍ରମୋଜମ ନିଷ୍ପତ୍ତି ନେବା ପରେ ସେହି ଅନୁସାରେ କ୍ରମୋଜୋମ ନେଇ ନିଷ୍ପତ୍ତି ନେଇଥାନ୍ତି ଏବଂ ଆଇଭିଏଫ ଜରିଆରେ ଲ୍ୟାମ୍ପରେ ଭୃଣକୁ ବିକଶିତ କରାଯାଇପାରିବ ।

ବିଶେଷଜ୍ଞଙ୍କ କହିବା କଥା, ଏହି ଜ୍ଞାନକୌଶଳରେ ଆଇଭିଏଫ ଜରିଆରେ ଲାଗୁ କରାଯାଇପାରିବ । ଆପଣ ନିଜ ପସନ୍ଦ ଅନୁସାରେ ଶିଶୁର ଲିଙ୍ଗନେଇ ନିଷ୍ପତ୍ତି ନେଇପାରିବେ । ଗବେଷଣା ବେଳେ ୧୩୧୭ ଜଣ ଦମ୍ପତ୍ତି ଉପରେ ପରୀକ୍ଷା କରାଯାଇଥିଲା । ଏମାନଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା । ୫୯ଟି ଯୋଡି ଝିଅ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଯେଉଁଥିରେ ୭୯ ପ୍ରତିଶତର ସଠିକ୍ ସଫଳତା ମିଳିଥିଲା । ସେହିଭଳି ୪୬ଟି ଯୋଡି ପୁଅ ଚାହୁଁଥିଲେ ଯେଉଁଥିରେ ୭୯.୬ ପ୍ରତିଶତ ସଠିକ୍ ଫଳାଫଳ ମିଳିପାରିଛି ।