ପୁରୁଷ ହୋଇ ମଧ୍ୟ ତଣ୍ଟିରୁ ବାହାରି ଆସୁଛି କି ମହିଳାଙ୍କ ସ୍ୱର? ତେବେ ଜାଣିରଖନ୍ତୁ କିଭଳି କରିବେ ଏହାର ଉପଚାର

297

ଆପଣଙ୍କ ମଧ୍ୟରୁ କିଛି ଲୋକ ଏଭଳି ଥିବେ ଯାହାଙ୍କୁ ସର୍ବସମ୍ମୁଖରେ କିଛି କହିବାକୁ ଖରାପ ଲାଗୁଥିବ । କଥା ଏଠାରେ ସଙ୍କୋଚର ପଡିନି କିନ୍ତୁ କିଛି ଲୋକଙ୍କ ସ୍ୱର ନିଜ ଲିଙ୍ଗ ସ୍ୱର ହିସାବରେ ନଥାଏ । ଯେଭଳି କିଛି ପୁରୁଷ ଲୋକଙ୍କ ସ୍ୱର ଝିଅ ଭଳି ହୋଇଥିବା ବେଳେ ଆଉ କିଛି ମହିଳାଙ୍କ ସ୍ୱର ପୁରୁଷଙ୍କ ଭଳି ହୋଇଥାଏ । ତେଣୁ ହାସ୍ୟାସ୍ପଦର ପାତ୍ର ହେବାଠାରୁ ଭଲ ସମସ୍ତଙ୍କ ଠାରୁ ନିଜକୁ ଦୂରେଇ ରଖିବା । ଏହି କଥାକୁ ମୁଣ୍ଡରେ ରଖି ଜଣେ ଭିଡ ଭିତରୁ ଅଲଗା ହେବାକୁ ଚେଷ୍ଟା କରେ । କେହି କେହି ଏତେ ଅଧିକ ବିଷାଦଗ୍ରସ୍ତ ହୋଇଯାଆନ୍ତି ଯେ ନିଜ ଜୀବନକୁ ହିଁ ତୁଚ୍ଛ ଭାବି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଉଠାଇ ନିଅନ୍ତି । କିନ୍ତୁ ଆପଣଙ୍କ ଏହି ଅସୁବିଧାର ମଧ୍ୟ ଚିକିତ୍ସା ରହିଛି । ଜବଲପୁର ମେଡିକାଲ୍ କଲେଜକୁ କିଛି ଯୁବକ ଏଭଳି ଏକ ସମସ୍ୟା ନେଇ ପହଂଚିଥିଲେ। ସେଠାରେ ତାଙ୍କୁ ଏଭଳି ଏକ ଥେରାପି ଦିଆଗଲା ଯେଉଁଥିରେ ତାଙ୍କ ସ୍ୱର ହିଁ ପରିବର୍ତ୍ତନ ହୋଇଗଲା । ଖାସ୍ କଥା ହେଉଛି ଏହି ଥେରାପିରେ କୌଣସି ଔଷଧର ବ୍ୟବହାର ହୋଇନଥାଏ କେବଳ କିଛି ଉପଚାର ମାଧ୍ୟମରେ ଆପଣ ନିଜର ଏହି ଗମ୍ଭୀର ସମସ୍ୟାକୁ ଦୂର କରିପାରିବେ ।

ଦେଶରେ ୯ ଲକ୍ଷ ଲୋକଙ୍କ ମଧ୍ୟରୁ ଏହି ଗମ୍ଭୀର ସମସ୍ୟା ୪ ରୁ ୫ ଜଣ ଲୋକଙ୍କ ମଧ୍ୟରେ ଦେଖାଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜବଲପୁର ମେଡିକାଲ୍ କଲେଜରେ ହିଁ ଏହି ଚିକିତ୍ସା ଉପଲବ୍ଧ । ଉତ୍ତରପ୍ରଦେଶର ୧୬ ବର୍ଷୀୟ ଜଣେ କିଶୋର ଦିପକ ଚକ୍ରବର୍ତ୍ତୀଙ୍କ ସ୍ୱର ଖୁବ୍ ପତଳା ଥିଲା । ନବମ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କ ସ୍ୱରରେ ସୁଧାର ନଆସିବା ଏବଂ ସହପାଠୀଙ୍କ ଚିଡାଇବା ଯୋଗୁଁ ସେ ଲଜ୍ଜାବଶତଃ ପାଠପଢାକୁ ଅଧାରୁ ଛାଡିଦେଲେ । ଏମିତିକି ଘରକୁ କେହି ଫୋନ୍ କଲେ ମଧ୍ୟ ହ୍ୟାଲୋ ମ୍ୟାଡାମ୍ କହି ସମ୍ବୋଧନ କରୁଥିଲେ । ତାଙ୍କ ଚିକିତ୍ସା ମେଡିକାଲ୍ କଲେଜର ଇଏନଟି ବିଭାଗରେ ଆରମ୍ଭ ହେଲା । ସେଠାରେ ୪ ମାସର ଚିକିତ୍ସା ପରେ ଏବେ ତାଙ୍କ ସ୍ୱରରେ ସୁଧାର ଆସିଛି । ଦିପକଙ୍କ କହିବା ଅନୁସାରେ ଏହି ଚିକିତ୍ସା ଦ୍ୱାରା ତାଙ୍କୁ ଏକ ନୂତନ ଜୀବନ ମିଳିଗଲା ପରି ଲାଗୁଛି । ସେ ପୁରୁଷଙ୍କ ଭଳି କଥାବାର୍ତ୍ତା କରିପାରୁଛନ୍ତି ।

କାହିଁକି ଏଭଳି ସମସ୍ୟା ଦେଖାଦିଏ ?

ପୁରୁଷ ହୁଅନ୍ତୁ ଅବା ନାରୀ ସେ ଯେତେବେଳେ କିଶୋରବସ୍ତାରେ ଥାନ୍ତି ଅର୍ଥାତ୍ ୧୩ ରୁ ୧୬ ବର୍ଷ ବୟସରେ ଥାନ୍ତି ସେତେବେଳେ ତାଙ୍କ ଶରୀର ସମେତ ସ୍ୱରରେ ମଧ୍ୟ ପରିବର୍ତ୍ତନ ଆସିଥାଏ । କିନ୍ତୁ କିଛି କିଶୋର ବା କିଶୋରୀଙ୍କ ମଧ୍ୟରେ ହରମୋନର ବାଲାନ୍ସ ଠିକ୍ ନଥିବା କାରଣରୁ ସମ୍ପୁର୍ଣ୍ଣ ଶରୀରରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ସ୍ୱର ପତଳା ହିଁ ରହିଯାଏ । ଏଥିରେ ଗଳା ମାଂସପେଶୀର ତନ୍ତୁ (ବୋକଲ୍ କାର୍ଡ) ଦୁର୍ବଳ ରହିଯାଏ । ତେବେ ଏହି ସମସ୍ୟାରେ ପୀଡିତ ଥିବା କିଶୋରଙ୍କ ୧୬ ବର୍ଷ ବୟସରେ ଉପଚାରକୁ ଭଲ ଭାବରେ କରାଯାଇପାରିବ । ୬ ମାସର ଉପଚାର ପରେ ସ୍ୱର ଅନ୍ୟ ବନ୍ଧୁମାନଙ୍କ ପରି ହୋଇଯିବ ।

ଏଭଳି ଉପାୟରେ ହୋଇଥାଏ ଉପଚାର :

ଗଳାର ଉପଚାର କରିବା ପାଇଁ କୌଣସି ମେଡିସିନ୍ ଖାଇବାକୁ ପଡିନଥାଏ । କିଛି ବ୍ୟାୟାମ ମାଧ୍ୟମରେ ଏବଂ ମେସିନ୍ ଉପଚାର ମାଧ୍ୟମରେ ଏହାକୁ ଠିକ୍ କରାଯାଇପାରିବ । ଏଥିରେ ଦୁଇପ୍ରକାର ପ୍ରାଣାୟମ୍ ଭ୍ରାମରୀ ଏବଂ ଅନୁଲୋମ-ବିଲୋମର ବ୍ୟବହାର ମଧ୍ୟ କରାଯାଏ । ତଣ୍ଟିର ମାଂସପେଶୀରେ ପର୍ଯ୍ୟାପ୍ତ ପରିମାଣରେ ଜୋର୍ ଦିଆଯାଏ । ଏଥିପାଇଁ ପୀଡିତକୁ ଭିଡରେ ଉଚ୍ଚ ସ୍ୱରରେ କଥା ହେବା ପାଇଁ କୁହାଯାଇଥାଏ ଯାହାଦ୍ୱାରା ତାହାର ବୋକାଲ୍ କାର୍ଡ ଖୋଲିଥାଏ । ଏହାଛଡା କିଛି ମେସିନ୍ ର ବ୍ୟବହାର କରି ସ୍ୱରକୁ ଠିକ୍ କରାଯାଏ । ଏଥିରେ ଇଲେକ୍ଟ୍ରୋଡ୍ ଜରିଆରେ ମେସିନ୍ ତଣ୍ଟିକୁ ଲଗାଇ ଲୋ-ପିଚ୍ ରେ ଦେଖାଯାଏ କି ପୀଡିତର ସ୍ୱରରେ କେତେ ଭାରୀପଣ ଆସିଲା । ଯଦି ଏଥିରେ ଉପଚାର ସମ୍ଭବ ନ ହେଲା ତେବେ ସର୍ଜରୀ ମାଧ୍ୟମରେ ଏହାକୁ ଠିକ୍ କରାଯାଏ । ଦେଶର ପ୍ରାଇଭେଟ୍ ହସ୍ପିଟାଲରେ ଏହା ୮ ରୁ ୧୦ ହଜାର ଟଙ୍କା ଚିକିତ୍ସାରେ ଲାଗେ । କିନ୍ତୁ ଜବଲପୁରରେ ଏହି ଚିକିତ୍ସା ମାଗଣା କରାଯାଏ । ଡା .ଗୋପୀ କିଶନ୍ , ଆଇଡିଓଲୋଜିଷ୍ଟ୍ ,ମେଡିକାଲ୍ କଲେଜ୍ ଜବଲପୁର । ଏହି ଫେମସ୍ ଆଇଡିଓଲୋଜିଷ୍ଟ୍ ଙ୍କ ଆୱାଜ୍ ନାମକ ଏକ ସେଣ୍ଟରରେ ଏହାର ଚିକିତ୍ସା କରାଯାଏ । ନିର୍ବାଚନ ସମୟରେ ନେତାମାନେ ବି ଅଧିକ ଭାଷଣ ଦେଇ ଦେଇ ଗଳା ଖରାପ ହୋଇଯାଇଥାଏ । ତେଣୁ ଏଠାରେ ନେତାମାନେ ନିଜ ଚିକିତ୍ସା ପାଇଁ ବି ଆସିଥାନ୍ତି ।