ଗୁଗୁଲରେ ଭୁଲରେ ବି କରନ୍ତୁନି ଏମିତି ସର୍ଚ୍ଚ । ନହେଲେ ଯିବାକୁ ପଡ଼ିବ ଜେଲ୍ ।

433

କନକ ବ୍ୟୁରୋ : ଗୁଗୁଲରେ ଭୁଲରେ ବି କରନ୍ତୁନି ଏମିତି ସର୍ଚ୍ଚ । ନହେଲେ ଯିବାକୁ ପଡ଼ିବ ଜେଲ୍ । ଯେକୌଣସି ପ୍ରଶ୍ନର ଉତର ଜାଣିବା ପାଇଁ ଆମେ ଗୁଗୁଲର ସହାୟତା ନେଇଥାଉ । ଆଉ ଗୋଟିଏ କ୍ଲିକରେ ଆମକୁ ସବୁ ପ୍ରଶ୍ନର ଉତର ଦେଇଥାଏ ଗୁଗୁଲ । ବିଭିନ୍ନ ରୋଗଠାରୁ ଆରମ୍ଭ କରି ରୋଷେଇ ରେସିପି ପର୍ଯ୍ୟନ୍ତ, ସବୁକିଛି ଜାଣିବା ପାଇଁ ଆମେ ଗୁଗୁଲକୁ ବ୍ୟବହାର କରିଥାଉ । ତେବେ ଗୁଗୁଲରୁ ମିଳୁଥିବା ଉତ୍ତର, କେତେବେଳେ ଠିକ ଥାଏ ତ କେତେବେଳେ ଭୁଲ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯେ ଗୁଗୁଲରେ କଂଟେଂଟ ଖୋଜିବା ପାଇଁ ମଧ୍ୟ ଆପଣଙ୍କୁ ଜେଲ ହୋଇପାରେ । ଆଜି ଆମେ ଆପଣଙ୍କୁ ସେହିଭଳି କିଛି କଂଟେଂଟ ବାବଦରେ କହିବୁ, ଯାହାକୁ ଭୁଲରେ ବି କେବେ ଆପଣ ଗୁଗୁଲରେ ସର୍ଚ୍ଚ କରିବେ ନାହିଁ, ନେହେଲେ ଆପଣ ଅଡୁଆରେ ପଡିପାରନ୍ତି ।

ଚାଇଲ୍ଡ ପର୍ନ :

ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭାରତ ସରକାର । ଗୁଗୁଲରେ ଚାଇଲ୍ଡ ପର୍ଣ୍ଣ ସର୍ଚ୍ଚ କରିବା, ଦେଖିବା କିମ୍ବା ସେୟାର କରିବା ଅପରାଧ ଅଟେ । ଏଭଳି କଲେ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ ।

ଗର୍ଭପାତ କେମିତି କରିବେ : 

ଗୁଗୁଲରେ ଗର୍ଭପାତର ଉପାୟ ସର୍ଚ୍ଚ କରିବା ମଧ୍ୟ ଏକ ସାଂଘାତିକ ଅପରାଧ । ଏମିତି ଭୁଲରେ ବି କରନ୍ତୁ ନାହିଁ । ଭାରତୀୟ ଆଇନ୍ ବ୍ୟବସ୍ଥା ଅନୁଯାୟୀ, ଡାକ୍ତରଙ୍କ ବିନା ପରାମର୍ଶରେ ଗର୍ଭପାତ କରାଯାଇପାରିବ ନାହିଁ ।

ବମ୍ ତିଆରି କରିବା ପ୍ରକ୍ରିୟା : 

ଗୁଗୁଲରେ କେବେ ବି ବମ୍ ତିଆରି କରିବାର ପ୍ରକ୍ରିୟା ସର୍ଚ୍ଚ କରନ୍ତୁ ନାହିଁ । ଏଭଳି ଗତିବିଧି ଉପରେ ସାଇବର ସେଲ୍ ସବୁବେଳେ ନଜର ରଖିଥାଏ । ଏଭଳି କଲେ ଆପଣ ଅଡୁଆରେ ପଡିପାରନ୍ତି । ସୁରକ୍ଷା ଏଜେନ୍ସି ଆପଣଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଆପଣଙ୍କୁ ଜେଲ୍ ଦଣ୍ଡ ହୋଇପାରେ ।

ଫିଲ୍ମ ପାୟରେସି :

ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅନଲାଇନରେ ଏହାକୁ ଲିକ୍ କରିବା ଅପରାଧ ଶ୍ରେଣୀର ଅନ୍ତର୍ଭୁକ୍ତ । ଯଦି ଆପଣ ଅନଲାଇନରେ ଆଗୁଆ ଲିକ୍ କିମ୍ବା ଡାଉନଲୋଡ୍ କରୁଛନ୍ତି, ତେବେ ଏହା ଏକ ବଡ଼ ଅପରାଧ । ଏହି ନିୟମ ଉଲ୍ଲଂଘନ କଲେ, ୩ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।

ପ୍ରାଇଭେଟ୍ ଫଟୋ ଆଉ ଭିଡିଓ :

ସୋସିଆଲ୍ ମିଡିଆ କିମ୍ବା ଗୁଗୁଲରେ ପ୍ରାଇଭେଟ୍ ଫଟୋ ବା ଭିଡିଓ ଲିକ୍ କରିବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ମଧ୍ୟ ଆପଣଙ୍କୁ ଜେଲ୍ ହୋଇପାରେ । ତେଣୁ ଭୁଲରେ ମଧ୍ୟ ଗୁଗୁଲରେ କାହାର ପ୍ରାଇଭେଟ୍ ଫଟୋ କିମ୍ବା ଭିଡିଓ ସେୟାର କରନ୍ତୁ ନାହିଁ ।