ଲିଫ୍ଟରେ କାହିଁକି ଆଇନା ଥାଏ, କେବେ ଭାବିଛନ୍ତି କି ? ଜାଣନ୍ତୁ ଏହାର କାରଣ

34

ଯେଉଁ ସମୟରେ ଔଦ୍ୟୋଗିକ କ୍ରାନ୍ତିର ପ୍ରାରମ୍ଭ ହେଲା, ସେହି ସମୟରେ ଉଚ୍ଚ ଅଟ୍ଟାଳିକାର ନିର୍ମାଣ ଆରମ୍ଭ ହେଲା । ଅଟ୍ଟାଳିକା ଲମ୍ବି ଲମ୍ବି ଗଲା ଯେମିତି, ଲିଫ୍ଟର ବି ଆବଶ୍ୟକତା ପଡିଲା । କିନ୍ତୁ ଯେତେବେଳେ ଲୋକମାନେ ଲିଫ୍ଟରେ ଟପ୍ ଫ୍ଲୋର ପର୍ଯ୍ୟନ୍ତ ଗଲେ, ସେତେବେଳେ ତାଙ୍କୁ ଅନୁଭବ ହେଲା କି ତାଙ୍କ ବହୁତ ସମୟ ନଷ୍ଟ ହେଉଛି । ଲୋକମାନେ କହିଲେ ଲିଫ୍ଟ ବହୁତ ଧିରେ ଧିରେ କାମ କରେ, ଯଦ୍ୱାରା ତାଙ୍କର ବହୁତ ସମୟ ନଷ୍ଟ ହୋଇଯାଏ । କେତେକ ଲୋକ କହିଲେ କି ତାଙ୍କୁ ସବୁବେଳେ ଡର ଥାଏ କି ଲିଫ୍ଟ ପାଇଁ ସେମାନେ କୈାଣସି ଦୁର୍ଘଟଣାର ଶିକାର ନ ହୁଅନ୍ତୁ ।

ନିର୍ମାଣ କାର୍ଯ୍ୟ କରୁଥିବା କମ୍ପାନୀ ଏବଂ ଲିଫ୍ଟ ନିର୍ମାଣ କରୁଥିବା ବିଶେଷଜ୍ଞ ଏହି କଥାକୁ ନେଇ ଚିନ୍ତିତ ହୋଇଗଲେ କି ଲୋକଙ୍କ ସମସ୍ୟାର ସମାଧାନ କେମିତି ହେବ । କେମିତି ଲିଫ୍ଟର ସ୍ପିଡ ବଢ଼ିବ ଏବଂ ତାଙ୍କ ମନରୁ ଡର ଦୂର ହେବ । ପ୍ରକୃତରେ ଲିଫ୍ଟର ସ୍ପିଡ କମ୍ ନଥାଏ । ଲୋକଙ୍କୁ ସେମିତି ଲାଗେ । ଜଣେ ବିଶେଷଜ୍ଞଙ୍କ କହିବା ମୁତାବକ ଲିଫ୍ଟରେ ଆଇନା ଲଗାଇଲେ, ଯଦ୍ୱାରା ଲୋକଙ୍କ ଧ୍ୟାନ ଆଇନାରେ ରହିଲା ଓ ସେମାନେ ନିଜକୁ ଦେଖିବାରେ ମସଗୁଲ ହୋଇଗଲେ ଓ ଭାବିଲେ କି ଲିଫ୍ଟର ସ୍ପିଡ ବଢ଼ିଗଲା । ଏହି ଟ୍ରିକ୍ ସଫଳ ହେଲା ।