ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ କେବେ ନିଜର ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ଜାଣିଛନ୍ତି କି? ଜାଣନ୍ତୁ ମୋଦିଙ୍କ ଆକାଉଣ୍ଟ ବିଷୟରେ କିଛି ରୋଚକ ତଥ୍ୟ

Advertisment
ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ କେବେ ନିଜର ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ଜାଣିଛନ୍ତି କି? ଜାଣନ୍ତୁ ମୋଦିଙ୍କ ଆକାଉଣ୍ଟ ବିଷୟରେ କିଛି ରୋଚକ ତଥ୍ୟ

source : zeenews.com

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ କୈାଣସି ଆଲୋଚନା ହେଲେ ଲୋକମାନେ ଜାଣିବା ପାଇଁ ଅଧିକ ଜାଣିବା ପାଇଁ ଇଚ୍ଛା କରୁଛନ୍ତି । ଏପରିକି ମୋଦିଙ୍କ ନିଜସ୍ୱ ଜୀବନ ବିଷୟରେ ଅନେକ ଲୋକ ଜାଣିବା ପାଇଁ ମଧ୍ୟ ଇଚ୍ଛା କରନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ମୋଦି ନିଜର ବ୍ୟକ୍ତିଗତ ଜୀବନର ଏକ ତଥ୍ୟ ସାର୍ବଜନୀନ କରିଥିବା ଜଣାପଡିଛି । ସାରା ଦେଶରେ ଜନଧନ ଯୋଜନା ଆକାଉଣ୍ଟ ମାଧ୍ୟମରେ ଅନେକ ଖାତା ଖୋଲାଇଥିବା ମୋଦି ନିଜେ କେବେ ପ୍ରଥମେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ ତାହା ସେ ପ୍ରକାଶ କରିଛନ୍ତି । ଗତକାଲି ଏକ ସଭାରେ ମୋଦି କହିଛନ୍ତି ଯେ, ବିଧାୟକ ହେବା ପୂର୍ବରୁ ତାଙ୍କ ପାଖରେ କୈାଣସି ଅପରେସନାଲ(ଯେଉଁଥିରେ ନେଣ ଦେଣ କରାଯାଏ)ଆକାଉଣ୍ଟ ନଥିଲା । ଏହାସହ ମୋଦି କହିଛନ୍ତି ଯେ, ଯେହେତୁ ସେ ସମୟରେ ମୋ ପାଖରେ ଅଧିକ ଟଙ୍କା ନଥିଲା ତେଣୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାର ଆବଶ୍ୟକତା ନଥିଲା । ଏହାସହ ମୋଦି କହିଛନ୍ତି ଯେ, ମୁଁ ଯେତେବେଳେ ସ୍କୁଲରେ ପାଠ ପଢୁଥିଲି ସେହି ସମୟରେ ସ୍କୁଲ ପକ୍ଷରୁ ପିଲାମାନଙ୍କର ବ୍ୟାଙ୍କରେ ଆକାଉଣ୍ଟ ଖୋଲିଯାଉଥିଲା ତେଣୁ ସେହି ସମୟରେ ମୋର ମଧ୍ୟ ଖୋଲାଯାଇଥିଲା ।

publive-imageତେବେ ମୋର ଖାତା ସବୁବେଳେ ଖାଲି ରହୁଥିଲା । ତେଣୁ ବ୍ୟାଙ୍କ କର୍ମଚାରୀମାନେ ମୋର ତଲାସରେ ଥିଲେ । କାରଣ ମୋର ଖାତାରେ କୈାଣସି ଟଙ୍କା ନଥିଲା ତେଣୁ ମୋର ଖାତା ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ୩୨ବର୍ଷପରେ ସେହି କର୍ମଚାରୀମାନେ ମୋତେ ପାଇଥିଲେ ଓ ମୋ ଖାତାବନ୍ଦ କରିବା ଲାଗି ମୋ ସହ ସମ୍ପର୍କ କରିଥିଲେ । ଏହାପରେ ସେମାନେ ଜାଣିଥିଲେ ମୁଁ ଏକ ସ୍ୱତନ୍ତ୍ର ସ୍ଥାନରେ ଅଛି । ତେଣୁ ସେଠାରେ ପହଚିଂ ଦସ୍ତଖତ ଦେବା ପାଇଁ ମତେ କହିଥିଲେ । ଏହାସହ ମୋଦି କହିଛନ୍ତି ଯେ, ଯେତେବେଳେ ମୁଁ ବିଧାୟକ ହେଲି ତାହାପରେ ମୋର ପୁଣିଥରେ ଖାତା ଖୋଲାଯାଇଥିଲା । ଏପରି ଭାବରେ ମୋଦି ନିଜର ଆକାଉଣ୍ଟ ଖୋଲିଥିଲେ ବୋଲି ଗତକାଲି ଭାରତୀୟ ଡାକବିଭାଗର ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ମୋଦି । ସେହି ସଭାରେ ମୋଦି ଉପସ୍ଥିତ ଥିବା ଲୋକମାନଙ୍କୁ କହିଥିଲେ ଯେ, ଆଜି ଯେଉଁପରି ଭାବରେ ଭାରତର ଲୋକମାନେ ବିନା ଟଙ୍କାରେ ବି ନିଜ ନାମରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଛି ତାହା କେବଳ ଆପଣମାନଙ୍କ ପାଇଁ ସମ୍ଭବ ହୋଇପାରିଛି ।

publive-image ଏହାରି ମାଧ୍ୟମରେ ଆପଣ ସମସ୍ତ ପ୍ରକାର ଲାଭ ପାଇପାରିବେ । ପୂର୍ବରୁ ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଅନେକ ସମୟ ଲାଗୁଛି । କିନ୍ତୁ ଏବେ ସମସ୍ତେ ନିଜନିଜର ଆକାଉଣ୍ଟ ଖୋଲୁଛନ୍ତି । ତେଣୁ ମୋର ସେହି ଦିନ କଥା ମନେ ପଡୁଛି ଯେ, ଟଙ୍କା ଅଭାବରୁ କିପରି ଭାବରେ ମୋର ବ୍ୟାଙ୍କରେ ଖାତା ବନ୍ଦ ହୋଇଥିଲା । ଏହାସହ ମୋଦି କହିଛନ୍ତି ଯେ, ପୂର୍ବରୁ ଡାକବାଲା ଯେତେବେଳେ ଆପଣମାନଙ୍କ ପାଇଁ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯାଉଥିଲା ସେତେବେଳେ ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ ହେଉଥିଲା । ତେଣୁ ବର୍ତ୍ତମାନ ସମୟରେ ସେପରି ଅସୁବିଧା ନାହିଁ । ଏହାସହ ବ୍ୟାଙ୍କର ସଠିକ ଭାବରେ ବ୍ୟବହାର କରିବା ପାଇଁ ମୋଦି ସେଠାରେ ଉପସ୍ଥିତ ଲୋକମାନଙ୍କୁ କହିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe