ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ କେବେ ନିଜର ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ଜାଣିଛନ୍ତି କି? ଜାଣନ୍ତୁ ମୋଦିଙ୍କ ଆକାଉଣ୍ଟ ବିଷୟରେ କିଛି ରୋଚକ ତଥ୍ୟ

65

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ କୈାଣସି ଆଲୋଚନା ହେଲେ ଲୋକମାନେ ଜାଣିବା ପାଇଁ ଅଧିକ ଜାଣିବା ପାଇଁ ଇଚ୍ଛା କରୁଛନ୍ତି । ଏପରିକି ମୋଦିଙ୍କ ନିଜସ୍ୱ ଜୀବନ ବିଷୟରେ ଅନେକ ଲୋକ ଜାଣିବା ପାଇଁ ମଧ୍ୟ ଇଚ୍ଛା କରନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ମୋଦି ନିଜର ବ୍ୟକ୍ତିଗତ ଜୀବନର ଏକ ତଥ୍ୟ ସାର୍ବଜନୀନ କରିଥିବା ଜଣାପଡିଛି । ସାରା ଦେଶରେ ଜନଧନ ଯୋଜନା ଆକାଉଣ୍ଟ ମାଧ୍ୟମରେ ଅନେକ ଖାତା ଖୋଲାଇଥିବା ମୋଦି ନିଜେ କେବେ ପ୍ରଥମେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ ତାହା ସେ ପ୍ରକାଶ କରିଛନ୍ତି । ଗତକାଲି ଏକ ସଭାରେ ମୋଦି କହିଛନ୍ତି ଯେ, ବିଧାୟକ ହେବା ପୂର୍ବରୁ ତାଙ୍କ ପାଖରେ କୈାଣସି ଅପରେସନାଲ(ଯେଉଁଥିରେ ନେଣ ଦେଣ କରାଯାଏ)ଆକାଉଣ୍ଟ ନଥିଲା । ଏହାସହ ମୋଦି କହିଛନ୍ତି ଯେ, ଯେହେତୁ ସେ ସମୟରେ ମୋ ପାଖରେ ଅଧିକ ଟଙ୍କା ନଥିଲା ତେଣୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାର ଆବଶ୍ୟକତା ନଥିଲା । ଏହାସହ ମୋଦି କହିଛନ୍ତି ଯେ, ମୁଁ ଯେତେବେଳେ ସ୍କୁଲରେ ପାଠ ପଢୁଥିଲି ସେହି ସମୟରେ ସ୍କୁଲ ପକ୍ଷରୁ ପିଲାମାନଙ୍କର ବ୍ୟାଙ୍କରେ ଆକାଉଣ୍ଟ ଖୋଲିଯାଉଥିଲା ତେଣୁ ସେହି ସମୟରେ ମୋର ମଧ୍ୟ ଖୋଲାଯାଇଥିଲା ।

 

ତେବେ ମୋର ଖାତା ସବୁବେଳେ ଖାଲି ରହୁଥିଲା । ତେଣୁ ବ୍ୟାଙ୍କ କର୍ମଚାରୀମାନେ ମୋର ତଲାସରେ ଥିଲେ । କାରଣ ମୋର ଖାତାରେ କୈାଣସି ଟଙ୍କା ନଥିଲା ତେଣୁ ମୋର ଖାତା ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ୩୨ବର୍ଷପରେ ସେହି କର୍ମଚାରୀମାନେ ମୋତେ ପାଇଥିଲେ ଓ ମୋ ଖାତାବନ୍ଦ କରିବା ଲାଗି ମୋ ସହ ସମ୍ପର୍କ କରିଥିଲେ । ଏହାପରେ ସେମାନେ ଜାଣିଥିଲେ ମୁଁ ଏକ ସ୍ୱତନ୍ତ୍ର ସ୍ଥାନରେ ଅଛି । ତେଣୁ ସେଠାରେ ପହଚିଂ ଦସ୍ତଖତ ଦେବା ପାଇଁ ମତେ କହିଥିଲେ । ଏହାସହ ମୋଦି କହିଛନ୍ତି ଯେ, ଯେତେବେଳେ ମୁଁ ବିଧାୟକ ହେଲି ତାହାପରେ ମୋର ପୁଣିଥରେ ଖାତା ଖୋଲାଯାଇଥିଲା । ଏପରି ଭାବରେ ମୋଦି ନିଜର ଆକାଉଣ୍ଟ ଖୋଲିଥିଲେ ବୋଲି ଗତକାଲି ଭାରତୀୟ ଡାକବିଭାଗର ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ମୋଦି । ସେହି ସଭାରେ ମୋଦି ଉପସ୍ଥିତ ଥିବା ଲୋକମାନଙ୍କୁ କହିଥିଲେ ଯେ, ଆଜି ଯେଉଁପରି ଭାବରେ ଭାରତର ଲୋକମାନେ ବିନା ଟଙ୍କାରେ ବି ନିଜ ନାମରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଛି ତାହା କେବଳ ଆପଣମାନଙ୍କ ପାଇଁ ସମ୍ଭବ ହୋଇପାରିଛି ।

 

ଏହାରି ମାଧ୍ୟମରେ ଆପଣ ସମସ୍ତ ପ୍ରକାର ଲାଭ ପାଇପାରିବେ । ପୂର୍ବରୁ ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଅନେକ ସମୟ ଲାଗୁଛି । କିନ୍ତୁ ଏବେ ସମସ୍ତେ ନିଜନିଜର ଆକାଉଣ୍ଟ ଖୋଲୁଛନ୍ତି । ତେଣୁ ମୋର ସେହି ଦିନ କଥା ମନେ ପଡୁଛି ଯେ, ଟଙ୍କା ଅଭାବରୁ କିପରି ଭାବରେ ମୋର ବ୍ୟାଙ୍କରେ ଖାତା ବନ୍ଦ ହୋଇଥିଲା । ଏହାସହ ମୋଦି କହିଛନ୍ତି ଯେ, ପୂର୍ବରୁ ଡାକବାଲା ଯେତେବେଳେ ଆପଣମାନଙ୍କ ପାଇଁ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯାଉଥିଲା ସେତେବେଳେ ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ ହେଉଥିଲା । ତେଣୁ ବର୍ତ୍ତମାନ ସମୟରେ ସେପରି ଅସୁବିଧା ନାହିଁ । ଏହାସହ ବ୍ୟାଙ୍କର ସଠିକ ଭାବରେ ବ୍ୟବହାର କରିବା ପାଇଁ ମୋଦି ସେଠାରେ ଉପସ୍ଥିତ ଲୋକମାନଙ୍କୁ କହିଥିବା ଜଣାପଡିଛି ।