ଆପଣଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଛି କି? ତେବେ ଆପଣାନ୍ତୁ ଏପରି ଘରୋଇ ଉପଚାର

105

କନକ ବ୍ୟୁରୋ : ସାଧାରଣ ଭାବରେ ମୁଗ ଡ଼ାଲି ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସମସ୍ତେ କହିଥାନ୍ତି । ଏଥିରେ କମ କ୍ୟାଲୋରି ଥିବା ସହ ଭିଟାମିନ୍ ଏ,ବି,ସି ଏବଂ ଇ ଅଧିକ ପରିମାଣରେ ରହିଥାଏ । ମ୍ୟାଗ୍ନେସିୟମ,କପର,ଫାଇବର,ପୋଟାସିୟମ,ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ମୁଗରେ ରହିଥାଏ । ତେବେ ମୁଗ ସହ ଗଜାମୁଗ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ସକାଳ ସମୟରେ ଗଜାମୁଗ ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ ।

୧.ସକାଳ ସମୟରେ ଗଜାମୁଗ ଖାଇବା ଦ୍ୱାରା ଶରୀରରେ କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ । ଯାହାଦ୍ୱାରା କର୍କଟ ରୋଗ ହେବାର ଆଶଙ୍କ କମ ହୋଇଥାଏ ।

୨.ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଛି ସେମାନଙ୍କ ପାଇଁ ସକାଳ ସମୟରେ ଗଜାମୁଗ ଖାଇବା ଅତ୍ୟନ୍ତ ଲାଭଦାୟକ । ଏଥିରେ ସୋଡ଼ିୟମ ନ ଥିବାରୁ ଏହାକୁ ଖାଇଲେ କୋଲେଷ୍ଟ୍ରଲର ସ୍ତର ଏବଂ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ ।