ପ୍ରସିଦ୍ଧ ଉଦ୍ୟୋଗପତି ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ କନ୍ୟା ଈଶା ଏବଂ ଜଣାଶୁଣା ବ୍ୟବସାୟୀ ଅଜୟ ପିରାମଲ ଏବଂ ଡ. ସ୍ୱାତୀ ପିରାମଲଙ୍କ ପୁତ୍ର ଆନନ୍ଦଙ୍କ ସହ ନିର୍ବନ୍ଧ ସ୍ଥିର ହେବା ସହ ସମସ୍ତଙ୍କ ମୁହଁରେ ଏବେ ଅମ୍ବାନୀ ଏବଂ ପିରାମଲଙ୍କ ପରିବାର ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଈଶା ଏବଂ ଆନନ୍ଦଙ୍କ ବିବାହ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ହୋଇପାରେ । ଈଶା ଅମ୍ବାନୀ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ହୋଇଥିଲା ବେଳେ, ପିରାମଲ ପରିବାରକୁ କମ ଭାବିବା ମୁର୍ଖାମୀ ଅଟେ । ୬୭ହଜାର କୋଟିରୁ ମଧ୍ୟ ଅଧିକ ବ୍ୟାପିଛି ପିରାମଲ ପରିବାରର ବ୍ୟବସାୟ । ରାଜସ୍ତାନର ଝୁନଝୁନ ଜିଲ୍ଲା ମୁଖ୍ୟାଳୟର ଠିକ ୧୫କିମି ଦୂରରେ ସ୍ଥିତ ବଗଡ କସବେର ପୀରାମଲ ପରିବାରଙ୍କ କାହାଣୀ ରୋମାଂଚଭରା ଏବଂ ପ୍ରେରଣାତ୍ମକ ଅଟେ । ପିରାମଲ ପରିବାର ବ୍ୟବସାୟ ଯାତ୍ରା ୯୮ବର୍ଷ ପୂର୍ବେ ୫୦ଟଙ୍କାରୁ ଆରମ୍ଭ ହୋଇଥିଲା ।
ଏହି ପରିବାର ଅନେକ ସଂଘର୍ଷ କରି ନିଜର ବ୍ୟବସାୟକୁ ଏତେ ଉଚ୍ଚକୋଟୀର କରିପାରିଛନ୍ତି । ଏତେ ବର୍ଷ ଧରି ବ୍ୟବସାୟ ସମ୍ଭାଳି ଆସୁ୍ଥିଲେ ପରିବାର । ୧୯୨୦ରୁ ୨୦୦୫ପର୍ଯ୍ୟନ୍ତ ବ୍ୟବସାୟକୁ ସମ୍ଭାଳି ଆସୁଥିଲେ ପିରାମଲ ପରିବାର । ଏହି ବ୍ୟବସାୟରେ ୨୦୦୫ରେ ଆନନ୍ଦ ନିଜର ଯୋଗଦାନ ଦେଇଥିଲେ । ୨୦୦୫ରେ ଆନନ୍ଦ ପିରାମଲ ‘ପିରାମଲ ଜୀବ ବିଜ୍ଞାନ ଲିମିଟେଡ’ରେ ଡାଏରେକ୍ଟର ପଦବୀରେ ଯୋଗ ଦେଲେ । ସବୁବେଳେ ସମସ୍ତଙ୍କ କଷ୍ଟକୁ ଅନୁଭବ କରୁଥିଲେ ଏହି ପରିବାର । ଏହିକାରଣରୁ ସେ ଯେତେ ଧନୀ ହେଲେ ମଧ୍ୟ ନିଜ ଜନ୍ମଭୂମି ବଗଡ କସବେକୁ ଭୂଲି ନଥିଲେ ଏବଂ ସେଠାରେ ଲୋକଙ୍କ ଉତ୍ତମ ଚିକିତ୍ସା ପାଇଁ ପିରାମଲ ରାଜକୀୟ ହସ୍ପିଟାଲ ଖୋଲିଥିଲେ ।
ପାନୀୟ ଜଳ ସମସ୍ୟା ଏବଂ ଚିକିତ୍ସା ବ୍ୟବସ୍ଥା ସୁଧାରିବା ପରେ ଏକ ଶିକ୍ଷା କ୍ଷେତ୍ର ମଧ୍ୟ ନିର୍ମାଣ କରିଥିଲେ । ସ୍ୱାଧୀନତା ପୂର୍ବରୁ ପିରାମଲ ପରିବାର ଶିକ୍ଷାକେନ୍ଦ୍ର ମଧ୍ୟ ଖୋଲିଥିଲେ । ଏହାପରେ ମହିଳାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ଲାଗି ମହିଳା ବିଦ୍ୟାଳୟ ମଧ୍ୟ ସ୍ଥାପନା କରିଥିଲେ । ସେମାନେ ସାର୍ବଜନିକ ପୁସ୍ତକାଳୟ ମଧ୍ୟ ନିର୍ମାଣ କରିଥିଲେ । ଆନନ୍ଦ ତାଙ୍କର ଜେଜେଙ୍କ ଠାରୁ ପ୍ରେରଣା ପାଇଥିଲେ ।
ଦେଶରେ ଅନେକ ଯୋଜନା ଲଂଚ କରିଛନ୍ତି :
ପିରାମଲ ପରିବାର ତରଫରୁ ସାରା ଦେଶରେ ଅନେକ ଯୋଜନା ଲଂଚ କରାଯାଇଛି । ସ୍ୱାସ୍ଥ୍ୟ ଯୋଜନାକୁ ଦୃଷ୍ଟିରେ ରଖି ଗ୍ରାମୀଣ କ୍ଷେତ୍ରରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ସୁବିଧା ମିଳିବା ପାଇଁ ଯୋଜନା କରିଛନ୍ତି । ଏଥିପାଇଁ ମୋବାଇଲ ଭ୍ୟାନର ଶୂଭାରମ୍ଭ କରାଯାଇଛି । ରାଜସ୍ଥାନ ସରକାରଙ୍କ ସହ ମିଶି ସଚିବାଳୟରେ ୧୦୪ ସେବା ଆରମ୍ଭ କରାଯାଇଛି । ଏହଭଳି ଅନେକ ଭଲ କାର୍ଯ୍ୟ କରି ପରିଚିତ ଅଛନ୍ତି ଏହି ପିରାମଲ ପରିବାର । ଏହିଭଳି ସମାଜ ସେବା କାରଣରୁ ପିରାମଲ ପରିବାର ସଦସ୍ୟଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଛି । ପିରାମଲର ଉଦ୍ୟୋଗପତି ଅଜୟ ପିରାମଲଙ୍କ ପତ୍ନୀ ଡ. ସ୍ୱାତୀ ପିରାମଲଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି । ସେ ସମାଜରେ ହିତରେ ଅନେକ କାମ କରିଛନ୍ତି । ମୁକେଶ ଅମ୍ବାନୀଙ୍କ କନ୍ୟାଙ୍କୁ ବିବାହ କରିବାକୁ ଯାଉଥିବା ଆନନ୍ଦ ପିରାମଲ ହାଭାର୍ଡ ୟୁନିଭର୍ସିଟିରେ ଅଧ୍ୟୟନ କରିଥିଲେ । ଏହିଭଳି କିଛି ରହିଛି ପିରାମଲ ପରିବାରର କାହାଣୀ । ତେବେ ଆପଣ ଏବେ ଅନୁମାନ ଲଗାଇ ପାରୁଥିବେ ଯେ ଅମ୍ବାନୀଙ୍କ ପରିବାର ଠାରୁ ପିରାମଲ ପରିବାର ମଧ୍ୟ କୌଣସି ଗୁଣରେ କମ ନୁହନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/1-14.jpg)
/kanak/media/post_attachments/wp-content/uploads/2018/05/anandpiramal_660_050718065451_2766534_835x547-m-300x197.jpg)