ଏକାଧିକ ପାନକାର୍ଡ ରଖିଛନ୍ତି କି ? ଆପଣଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ, ତେବେ ଏକାଧିକ ପାନକାର୍ଡ ଥିଲେ ଆପଣ କରିବେ କଣ ?

276

କନକ ବ୍ୟୁରୋ : ଧ୍ୟାନ ଦିଅନ୍ତୁ ପାନକାର୍ଡ ହିତାଧିକାରୀ । ସାମାନ୍ୟ ଅସାବଧାନ କାରଣରୁ ଆପଣଙ୍କୁ ହୋଇପାରେ ଜେଲ ଓ ଆପଣଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । କାରଣ ପାନକାର୍ଡ ସମ୍ପର୍କରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ଯେ, ଛୋଟ ଭୁଲ ପାଇଁ ଆପଣ ଅସୁବିଧାରେ ପଡିପାରନ୍ତି । ଯଦି ଆପଣଙ୍କ ପାଖରେ ଏକରୁ ଅଧିକ ପାନକାର୍ଡ ରହିଛି ତେବେ ତାହା ସରକାରଙ୍କୁ ଜଣାଇ ଦିଅନ୍ତୁ ଓ ଗୋଟିଏ କାର୍ଡ ସମର୍ପଣ କରାଇ ଦିଅନ୍ତୁ ।

ଏକାଧିକ ପାନକାର୍ଡ ରଖିଛନ୍ତି କି ?
ଆପଣଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

କାହିଁକି ଗୁରୁତ୍ୱପୂର୍ଣ୍ଣ ପାନକାର୍ଡ?

ପାନ୍ କାର୍ଡ ଆପଣଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ଆପଣ ଜାଣିବା ଉଚିତ୍ ଜ୍ଝ ଆଧାର ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ସମୟରେ, ଆପଣଙ୍କର ଆଧାର ନିଶ୍ଚିତ ଭାବରେ ପାନ୍ ସହିତ ଲିଙ୍କ୍ ହେବ ଜ୍ଝ ଆୟକର ବିଭାଗ ଅନୁଯାୟୀ, ବ୍ୟାଙ୍କ ଡ୍ରାଫ୍ଟ, ପେ-ଅର୍ଡର କିମ୍ବା ବ୍ୟାଙ୍କର୍ସ ଚେକ୍ ଦିନରେ ୫୦ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ନଗଦ କ୍ରୟ ପାଇଁ ପାନ୍ କାର୍ଡ ଦେବା ବାଧ୍ୟତାମୂଳକ ।

ଏକାଧିକ ପାନକାର୍ଡ ଥିଲେ କାର୍ଯ୍ୟାନୁଷ୍ଠାନ

ଯଦି ଆପଣଙ୍କର ଦୁଇଟି ପାନ୍ କାର୍ଡ ଅଛି, ତେବେ ଆପଣଙ୍କ ବିରୋଧରେ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଯଦି କାହାର ଏକରୁ ଅଧିକ ପାନ୍ କାର୍ଡ ଅଛି, ତେବେ ତାଙ୍କୁ ଆୟକର ଅଧିନିୟମ, ୧୯୬୧ ଆଇନ ଅନୁଯାୟୀ ୧୦ ହଜାର ଟଙ୍କା ଜରିମାନା କରାଯାଇପାରେ। ଯଦି ଆପଣଙ୍କର ଭୁଲରେ ଏକରୁ ଅଧିକ ପାନ୍ କାର୍ଡ ଅଛି, ତେବେ ତୁରନ୍ତ ଗୋଟିଏ ପାନ୍ କାର୍ଡ ସମର୍ପଣ କରନ୍ତୁ ।

ପାନକାର୍ଡ ସମ୍ପର୍କରେ କେମିତି ଦେବେ ସୂଚନା?

ପ୍ରଥମେ ଏନଏସଡିଏଲ ୱେବସାଇଟ୍ ଉପରେ କ୍ଲିକ କରନ୍ତୁ ପରେ ସଂଶୋଧନ ଫର୍ମ ଚୟନ କରନ୍ତୁ । ବର୍ତ୍ତମାନ ପାନ ସଂଶୋଧନ ଫର୍ମ ଚୟନ କରନ୍ତୁ । ଏହା ପରେ ଆପଣ ଆପଣଙ୍କ ବ୍ୟକ୍ତିଗତ ସୂଚନା ପୂରଣ କରନ୍ତୁ । ପୂରଣ ପରେ ଆପଣଙ୍କୁ ନୂଆ ପୃଷ୍ଠା ଦେଖାଯିବ । ଫର୍ମ ପୂରଣ କରିବା ସମୟରେ ଏକ ଟୋକନ ନମ୍ବର ସୃଷ୍ଟି ହେବ ଏବଂ ଏହା ଆପଣଙ୍କ ସାମ୍ନାରେ ଦେଖାଯିବ । ପଞ୍ଜୀକରଣ ସମୟରେ ଆପଣଙ୍କ ପକ୍ଷରୁ ଦିଆଯାଇଥିବା ଇ-ମେଲ ଆଇଡି କିମ୍ବା ମୋବାଇଲ ନମ୍ବରରେ ଟୋକନ ପଠାଯିବ । ଏହାସହ ନିଜର ବ୍ୟକ୍ତିଗତ ବିବରଣୀ ବାବଦରେ ସମ୍ପୂର୍ଣ୍ଣ ସୂଚନା ଦିଅନ୍ତୁ । ଏହାପରେ ନିଜର ପାନକାର୍ଡ ସମ୍ପର୍କରେ ସୂଚନା ଦିଅନ୍ତୁ ଯାହାକୁ ଆପଣ ସରକାରଙ୍କ ପାଖରେ ଦାଖଲ କରିବାକୁ ଇଚ୍ଛା ରଖିଛନ୍ତି ।

ଅନେକ କାମ ପାଇଁ ଅଲଗା ଅଲଗା ପାନ କାର୍ଡ ?

ବର୍ତମାନ ସମୟରେ ଅଲଗା ଅଲଗା କାମ ପାଇଁ ଲୋକମାନେ ଅନେକ ପାନକାର୍ଡ ରଖୁଛନ୍ତି । ଏମିତିକି ଡେମାଟ୍ ଆକାଉଣ୍ଟ ପାଇଁ ଏକ ପାନକାର୍ଡ ଓ ଆୟକର ରିଟର୍ଣ୍ଣ ପାଇଁ ପୃଥକ ପାନକାର୍ଡ ବ୍ୟବାହର କରୁଛନ୍ତି । କେବଳ ଏତିକି ନୁହେଁ ବରଂ ପୁରୁଣା କାର୍ଡ ଲୋକମାନେ କେଉଁ ଆଡେ ହଜାଇ ଦେଲେ ନୂଆ କାର୍ଡ ପାଇଁ ଆବେଦନ କରନ୍ତି ଲୋକମାନେ । ତେଣୁ ଜଣଙ୍କ ପାଖରେ ଏକାଧିକ ପାନ କାର୍ଡ ରହିଥାଏ ।

ପାନର ଉଦ୍ଦେଶ୍ୟ କଣ?

ସମସ୍ତ ପ୍ରକାର ଆର୍ଥିକ କାରବାର ପାଇଁ ପାନ୍ କାର୍ଡ ବ୍ୟବହୃତ ହୁଏ । ଏଥିରେ ଆୟକର ଦେୟ, ଏକ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଟିକସ ଯୋଗ୍ୟ ବେତନ ଗ୍ରହଣ, ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଆବଶ୍ୟକ । ଏହା ଏକ ପରିଚୟ ପତ୍ର ପରି କାର୍ୟ୍ୟ କରେ କିନ୍ତୁ ଏହାର ଠିକଣା ନାହିଁ, ତେଣୁ ଏହା ଏକ ଠିକଣା ପ୍ରମାଣ ଭାବରେ ବ୍ୟବହୃତ ହୁଏ ନାହିଁ ।

ପାନକାର୍ଡ କରିବେ କେମିତି ?

ପାନ୍ କାର୍ଡ ଆବେଦନ ପ୍ରକ୍ରିୟା ବହୁତ ସହଜ ଅଟେ । ଆପଣ ଅନଲାଇନରେ ପାନ୍ କାର୍ଡ ପାଇପାରିବେ । ଏଥିପାଇଁ ଆପଣ ସମସ୍ତ ଫର୍ମ ଅନଲାଇନରେ ପୂରଣ କରିପାରିବେ, କିନ୍ତୁ ଆପଣଙ୍କୁ ସମସ୍ତ ଡକ୍ୟୁମେଣ୍ଟକୁ ଆୟକର କାର୍ୟ୍ୟାଳୟ ସହିତ ପୋଷ୍ଟ କରିବାକୁ ପଡିବ । କେବଳ ସେତେବେଳେ ଆବେଦନ ପ୍ରକ୍ରିୟା ସମାପ୍ତ ହେବ । ୱେବସାଇଟରେ ଫର୍ମ ପୂରଣ କରିବା ପରେ, ଆପଣ ଆପଣଙ୍କର ଆବେଦନକୁ ପାନ୍ କାର୍ଡ ଅଫିସକୁ ପଠାନ୍ତି । ଏହା ପରେ ଆପଣଙ୍କର ଆବେଦନ ପ୍ରକ୍ରିୟାକରଣ କରାଯାଏ ଏବଂ କାର୍ଡ ଆପଣଙ୍କ ଘର ଠିକଣାକୁ ପଠାଯାଏ ।