ବିନା ଔଷଧରେ ବି ରହିପାରିବେ ରୋଗମୁକ୍ତ, ତେବେ ଆପଣାନ୍ତୁ ଏହି ୫ଟି ଉପାୟ

Advertisment
ବିନା ଔଷଧରେ ବି ରହିପାରିବେ ରୋଗମୁକ୍ତ, ତେବେ ଆପଣାନ୍ତୁ ଏହି ୫ଟି ଉପାୟ

source : Classic Value Investors

ସୁସ୍ଥ ଜୀବନ କାହାକୁ ବା ଦରକାର ନାହିଁ! ମାତ୍ର ଆମେ ଚାହିଁଲେ କ’ଣ ସୁସ୍ଥ ରହିବା ଆମ ହାତର କଥା? ଆଜ୍ଞା ହଁ, ବିଲକୁଲ୍ ହାତର କଥା। ଆମେ ଅଳସୁଆମି ହେତୁ କେତେ କଥାକୁ ଅଣଦେଖା କରିଥାଉ, ଫଳରେ ଆମକୁ ନାନା ରୋଗ ଗ୍ରାସ କରିଥାଏ। କେତୋଟି ଛୋଟ ଛୋଟ କଥାକୁ ଧ୍ୟାନ ଦେବା ଫଳରେ ଆମେ ରୋଗ ଠାରୁ ନିଜକୁ ଦୂରେଇ ଦେଇପାରିବା। ତେବେ ଚାଲନ୍ତୁ ଜାଣିବା ରୋଗମୁକ୍ତ ହେବା ପାଇଁ ଆମକୁ ମୁଖ୍ୟତଃ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।

ଉଚିତ ଖାଦ୍ୟ ଖାଇବା ଦେହ ପାଇଁ ଭଲ ବୋଲି ଖାଲି କହିଲେ ହେବନି। ଏହାର ଗଭୀର ପ୍ରଭାବ ରହିଛି। ଅସୁସ୍ଥକର ଖାଦ୍ୟ ଖାଇଲେ ଶରୀର ଅସୁସ୍ଥ ହେବା ଏକ ସାଧାରଣ କଥା। ଆପଣ ଯଦି ସଂପୂର୍ଣ୍ଣ ସୁସ୍ଥ ଜୀବନ ଚାହାଁନ୍ତି ତେବେ ଖାଦ୍ୟ ପ୍ରତି ଦୃଷ୍ଟି ଦେବା ଆପଣଙ୍କ ପ୍ରଥମ କାମ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉଚିତ ପାରିମାଣର ପାଣି ପିଇବା ନିହାତି ଦରକାର।

ଖାଲି ସୁସ୍ଥକର ଖାଦ୍ୟ ଖାଇବା ଦ୍ୱାରା ଜଣେ ସୁସ୍ଥକର ଜୀବନ ବିତାଇ ପାରିବ ନାହିଁ। ଶରୀରକୁ ଯେତିକି ପରିମାଣର ବିଶ୍ରାମ ଦରକାର ଯଦି ସେତିକି ପରିମାଣର ବିଶ୍ରାମ ମିଳୁନାହିଁ ତାହେଲେ ବି ଆପଣ ଅସୁସ୍ଥ ହୋଇପଡ଼ିବେ ଏଥିରେ ସନ୍ଦେହ ନାହିଁ। ରାତିରେ ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠିଲେ ଅନେକ ରୋଗ ପାଖ ପଶେ ନାହିଁ।

ଉତ୍ତମ ଖାଦ୍ୟ ଓ ନିଦ୍ରା ବ୍ୟତୀତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟୟାମର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଜକୁ ଫିଟ୍ ରଖିବା ପାଇଁ ଖୁବ୍ କମ୍ ସମୟ ହେଉ ପଛେ ଦୈନିକ କିଛି ନା କିଛି ବ୍ୟାୟାମ ନିଶ୍ଚୟ କରନ୍ତୁ।

ଆପଣ ଯେତେ ବି ସତର୍କ ରୁହନ୍ତୁ ପଛେ ଯଦି ନିଜକୁ ପରିଷ୍କାର ରଖି ପାରୁନାହାନ୍ତି ତେବେ ରୋଗ ଗ୍ରାସ କରିବା ସାଧାରଣ କଥା। ନିଜକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ସ୍ୱଚ୍ଛତା ଅବଲମ୍ବନ କରନ୍ତୁ। ନଚେତ ରୋଗରେ ପଡ଼ିବାରୁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ।

ଯେତେ ପାରୁଛନ୍ତି ନିଜକୁ ଚିନ୍ତା ମୁକ୍ତ ରଖନ୍ତୁ। ଯେତେ ବି ସତର୍କ ରୁହନ୍ତୁ ପଛେ ଆପଣ ଯଦି ସବୁ ବେଳେ ଚିନ୍ତାରେ ବୁଡ଼ି ରହିବେ ତେବେ ନିଶ୍ଚୟ ଅସୁସ୍ଥ ହୋଇପଡ଼ିବେ। ରୋଗଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ଚିନ୍ତା ଦୂର କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe