ପୋଷ୍ଟ ଅଫିସରେ ଖାତାଥିଲେ ହୋଇଯା’ନ୍ତୁ ସତ୍ତର୍କ । ନହେଲେ ବନ୍ଦ ହୋଇଯିବା ଆକାଉଣ୍ଟ । ୧୧ ଡିସେମ୍ବରରୁ ବଦଳିଯିବ ଏସବୁ ନିୟମ
କନକ ବ୍ୟୁରୋ : କ’ଣ ଆପଣଙ୍କର ପୋଷ୍ଟ ଅଫିସ୍ ରେ ରହିଛି କି ସେଭିଙ୍ଗସ୍ ଆକାଉଣ୍ଟ । ତେବେ ଜାଣନ୍ତୁ ୧୧ ଡିସେମ୍ବର ଠାରୁ ବଦଳିଯିବ ଏସବୁ ନିୟମ । ତେଣୁ ଆପଣ ଶୀଘ୍ର ଏସବୁ ନିୟମ ବାବଦରେ ଜାଣିବା ଦରକାର । ନଚେତ୍ ଆପଣଙ୍କ ସେଭିଙ୍ଗିସ୍ ଆକାଉଣ୍ଟ ହୋଇଯିବ । ବନ୍ଦ ।
Kanak News is now on WhatsApp
Join and get latest news updates delivered to you via WhatsApp
୧୧ ଡିସେମ୍ବର ଠାରୁ ପୋଷ୍ଟ ଅଫିସ ତା’ର ସେଭିଙ୍ଗସ ଆକାଉଣ୍ଟ ଉପରେ ଥିବା ପୁରୁଣା ନିୟମକୁ ବଦଳାଇବାକୁ ଯାଉଛି । ଯେଉଁଥିରେ ପ୍ରଥମ ତ ଆପଣଙ୍କ ଖାତାରେ ସର୍ବନିମ୍ନ ରାଶି ୫ ଶହ ଟଙ୍କାରୁ କମ୍ ଥିଲେ ଆପଣଙ୍କୁ ଦେବାକୁ ହେବ ସେବା କର । ଏନେଇ ସୂଚନା ଦେଇଛି ଭାରତୀୟ ଡାକ ବିଭାଗ । ଯଦି ଆପଣ ସେବାକର ଦେବାକୁ ଚାହୁଁ ନାହାନ୍ତି ତେବେ ୧୧ ଡିସେମ୍ବର ପୂର୍ବରୁ ଖାତାରେ ସର୍ବନିମ୍ନ ୫ ଶହ ଟଙ୍କା ଜମା କରନ୍ତୁ ।
ଭାରତୀୟ ଡାକ ୱେବ୍ ସାଇଟରେ ଏହା ସୂଚନା ଦିଆଯାଇଛି କି ଯଦି ଚଳିତ ଆର୍ଥିକ ବର୍ଷରେ ଆପଣ ଜମା ଖାତାରେ ୫୦୦ ଟଙ୍କାରୁ କମ୍ ରହିଛି ତେବେ ଆପଣଙ୍କ ଖାତାରୁ ସେବାକର ବାବଦରେ ଡାକ ବିଭାଗ ୧୦୦ ଟଙ୍କା କାଟି ନେବ । ଯଦି ଆପଣଙ୍କ ଖାତାରେ ୧୦୦ ଟଙ୍କାରୁ କମ୍ ବାଲାନ୍ସ ରହିଛି ତେବେ ଆପଣଙ୍କ ଖାତା ସ୍ୱତ୍ତପ୍ରବୂତ୍ତ ଭାବେ ବନ୍ଦ ହୋଇଯିବ ।
ଏବେ ଡାକ ବିଭାଗ ଆପଣଙ୍କ ଜମା ଉପରେ ୪ ପ୍ରତିଶତ ସୁଧ ଦେଉଛି । ଏହା ସହ ୧୦ ହଜାର ଟଙ୍କା ସୁଧ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡୁ ନାହିଁ । ହେଲେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆପଣ ଯଦି ୩ ବର୍ଷ ମଧ୍ୟରେ ଥରୁଟିଏ ବି ଆପଣଙ୍କ କାରବାର କରି ନାହାନ୍ତି ତାହେଲେ ସେହି ସଂଚୟ ଖାତା ବି ବନ୍ଦ ହୋଇଯିବ ।
କହିରଖୁ କି ବ୍ୟାଙ୍କରେ ଜଣେ ସବାଳକ କେବଳ ଖାତା ପରିଚାଳନା କରିବାର ସୁବିଧା ଥିବା ବେଳେ ଡାକ ବିଭାଗରେ ବି ଜଣେ ନାବାଳକ ଖାତା ଖୋଲି କାରବାର କରିପାରିବ । ହେଲେ ନାବାଳକଟିର ବୟସ ସର୍ବନିମ୍ନ ୧୦ ବର୍ଷ ହୋଇଥିବା ଦରକାର । ଅନ୍ୟପଟେ ଆପଣ ଡାକଘରେ ଜଏଣ୍ଟ ଏକାଉଣ୍ଟ ବି ଖୋଲିପାରିବେ । ଅନ୍ୟପଟେ ବ୍ୟାଙ୍କ ଭଳି ଡାକଘର ବି ଆପଣଙ୍କ ଜମାଖାତା ଉପରେ ଏଟିଏମ୍, ଚେକ୍ ବୁକ୍ ଓ ମୋବାଇଲ ବ୍ୟାଙ୍କିଙ୍ଗ୍ ଭଳି ସୁବିଧା ଉପଲବ୍ଧ କରାଉଛି ।