ସୁଖରେ ବିତିବ ନୂଆବର୍ଷ । ଆପଣଙ୍କ ଦୈନନ୍ଦିନ କାର୍ଯ୍ୟରେ ସାମିଲ କରନ୍ତୁ ଏହି ଚାରୋଟି ଜିନିଷ ।

32

ଇଂରାଜୀ ନବବର୍ଷକୁ ଧୂମଧାମରେ ସ୍ୱାଗତ କରାଯାଇଛି । ଲୋକମାନେ ନା କେବଳ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରିଥାନ୍ତି ତାହା ସହିତ କ’ଣ ସଂକଳ୍ପ ନେବେ ସେଥିପାଇଁ ମଧ୍ୟ ଚିନ୍ତା କରିଥାନ୍ତି । ଯଦି ଆପଣ କିଛି ସଂକଳ୍ପ ନେବା ପାଇଁ ଚିନ୍ତା କରୁଥାନ୍ତି ତେବେ ଏହି ସବୁ ସଂକଳ୍ପ ନେବା ଦ୍ୱାରା ଆପଣଙ୍କ ନୂତନ ବର୍ଷ ସୁଖମୟ ହୋଇପାରିବ ।

ପ୍ରତ୍ୟେକ ଦିନ କରନ୍ତୁ ଏକ୍ସରସାଇଜ

ସୁସ୍ଥ ଶରୀର ଦ୍ୱାରା ସୁସ୍ଥ ମନର ବିକାଶ ହୋଇଥାଏ । ଏହାକୁ ଆପଣ ଅନେକ ଥର ଶୁଣିଥିବେ । କିନ୍ତୁ ନୂଆବର୍ଷରେ ଏହାକୁ ଆପଣଙ୍କର ଦୈନଦିନ ଜୀବନରେ ସାମିଲ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିପାରିବ । ତେଣୁ ସଂକଳ୍ପ କରନ୍ତୁ ପ୍ରତ୍ୟେକ ଦିନ ୪୦ ମିନିଟ ଏକ୍ସରସାଇଜ କରିବେ ।

ଲକ୍ଷ୍ୟ ପୂରଣ ପାଇଁ ଚେଷ୍ଟା କରନ୍ତୁ

ନୂଆବର୍ଷରେ ସମସ୍ୟାରୁ ବଂଚିବା ପାଇଁ ପ୍ରୟାସ କରବା ସହିତ ନିଜ ଲକ୍ଷ୍ୟକୁ ପାଇବା ପାଇଁ ଚେଷ୍ଟା କରିବା ପାଇଁ ସଂକଳ୍ପ ନିଅନ୍ତୁ ।

ଭଲ ନିଦ୍ରା ଯାଆନ୍ତୁ

ପ୍ରୟତଃ ଲୋକମାନେ ରାତିରେ ଭଲ ଭାବେ ଶୁଅନ୍ତି ନାହିଁ । ଯାହା ଫଳରେ ଅନେକ ରୋଗ ଶରୀରକୁ ପ୍ରବେଶ କରିଥାଏ । ଏଥିପାଇଁ ନୂଆବର୍ଷରେ ସଂକଳ୍ପ ନିଅନ୍ତୁ ପ୍ରତ୍ୟେକ ଦିନ ୬-୭ ଘଂଟା ଶୋଇବେ ଯାହା ଫଳରେ ଶରୀର ସତେଜ ରହିବ ।

ପ୍ରଚୁର ପାଣି ପିଅନ୍ତୁ

ଲୋକମାନେ କାର୍ଯ୍ୟବ୍ୟସ୍ତତା କାରଣରୁ କମ ପାଣି ପିଇଥାନ୍ତି । ଯଦି ଏପରି କରିଥାନ୍ତି ତେବେ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ । ପାଣି ଶରୀରରେ ଇନ୍ଧନ କରି କାର୍ଯ୍ୟ କରିଥାଏ । ପ୍ରତ୍ୟେକ ଦିନ ୮ ଗ୍ଲାସ ପାଇଁ ପିଇବା ପାଇଁ ସଂକଳ୍ପ ନିଅନ୍ତୁ । ପାଣି ଓଜନ ହ୍ରାଲ କରିବା, ସୁନ୍ଦର ତ୍ୱଚା ଓ କେଶକୁ ସୁନ୍ଦର କରିବାରେ ସାହାର୍ଯ୍ୟ କରିଥାଏ ।