କନକ ବ୍ୟୁରୋ: ଆଇନକୁ ହାତରୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ । ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମୁଖ୍ୟଶାସନ ସଚିବ ଡ୍ରାଇଭର ମହାସଂଘକୁ ଏଭଳି ଆହ୍ୱାନ ଦେଇଛନ୍ତି । ପ୍ରଦୀପ ଜେନା କହିଛନ୍ତି, ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଲୋକେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଧାରଣା ପ୍ରତ୍ୟାହାର ପାଇଁ ବିଭିନ୍ନସ୍ତରରେ ଆଲୋଚନା କରାଯାଉଛି । ଯେଉଁ ସବୁ ଦାବି ରହିଛି ସେ ସବୁକୁ ସହୃଦୟତାର ସହ ବିଚାର ପାଇଁ ଆମେ ପ୍ରତିଶ୍ରୁତି ଦେଇଛି । ପୁଣି ଥରେ ଆମେ ଡ୍ରାଇଭର ସଂଘକୁ ଅନୁରୋଧ କରୁଛୁ ଯେ ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ । ଆଲୋଚନା ସକରାତ୍ମକ ପରେ ବି ଧାରଣା ଦେବା ଠିକ୍ ନୁହେଁ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us