ବୟସର ଅପରାହ୍ନରେ ବି ଭୁଲି ନାହାନ୍ତି ନିଜ କର୍ତ୍ତବ୍ୟ। ଶଯ୍ୟାଶାୟୀ ସ୍ୱାମୀ ସେବାରେ ଲାଗିପଡ଼ିଛନ୍ତି କପ୍ତିପଦା କୁଅଁରପୁରର ବାସନ୍ତୀ ବିନ୍ଧାଣୀ।

ବୟସର ଅପରାହ୍ନରେ ବି ଭୁଲି ନାହାନ୍ତି ନିଜ କର୍ତ୍ତବ୍ୟ। ଶଯ୍ୟାଶାୟୀ ସ୍ୱାମୀ ସେବାରେ ଲାଗିପଡ଼ିଛନ୍ତି କପ୍ତିପଦା କୁଅଁରପୁରର ବାସନ୍ତୀ ବିନ୍ଧାଣୀ।

କନକ ବ୍ୟୁରୋ: ବୟସର ଅପରାହ୍ନରେ ପହଞ୍ଚିଛନ୍ତି, ନିଜ ଦେହରେ ବି ବଳ ନାହିଁ । ହେଲେ ନିଜ କର୍ତ୍ତବ୍ୟରୁ ଓହରି ନାହାନ୍ତି । ବୟସ ୭୦ ଟପିଯାଇଥିଲେ ବି ଅଭାବ ଅନଟନ ଭିତରେ ନିଜ ରୁଗଣ ସ୍ୱାମୀ ବୃନ୍ଦାବନଙ୍କର ଅନବରତ ସେବା କରିଚାଲିଛନ୍ତି । ନିଜ ସ୍ୱାମୀ ପ୍ରତି ଥିବା ଭଲପାଇବା ଆଉ କର୍ତବ୍ୟକୁ ଭୁଲିନାହାନ୍ତି କପ୍ତିପଦା ମାଙ୍କଡପଡା କୁଅଁରପୁର ଗାଁର ବାସନ୍ତୀ ବିନ୍ଧାଣୀ । କିଛି ବର୍ଷ ହେଲା ତାଙ୍କର ସ୍ୱାମୀ ପକ୍ଷାଘାତରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇପଡ଼ିରହିଛନ୍ତି । ପରିବାର ଭରଣପୋଷଣ ଦାୟିତ୍ୱ ସ୍ୱାମୀ ଉପରେ ଥିଲା । ହେଲେ ରୋଗଗ୍ରସ୍ତ ହୋଇପଡ଼ିଥିବାରୁ ସମସ୍ତ ଦାୟିତ୍ୱ ଏବେ ବାସନ୍ତୀଙ୍କ ଉପରେ । ସେ ମଧ୍ୟ ଏଥିରେ ହାର ମାନିନାହାନ୍ତି । ଅନଟନ ଭିତରେ ବି ସଂଘର୍ଷ ଜାରି ରଖିଛନ୍ତି । ତା ସହିତ ସ୍ୱାମୀଙ୍କର ନେଉଛନ୍ତି ସମସ୍ତ ଯତ୍ନ । କେବଳ ଭତା ଗଣ୍ଡାକ ମିଳୁଥିବା ବେଳେ କିଭଳି ପରିବାର ଚଳିବ ଆଉ କିଭଳି ସ୍ୱାମୀଙ୍କ ଚିକିତ୍ସା କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି ବାସନ୍ତୀ । ସରକାରଙ୍କ ପକ୍ଷରୁ ଆଉ କିଛି ସାହାଯ୍ୟ ସହଯୋଗ ମିଳିପାରିଲେ ସେ ଉପକୃତ ହୋଇପାରିବେ । ଏନେଇ ସହାୟତା ଅନୁରୋଧ କରିଛନ୍ତି ବାସନ୍ତୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe