ଆତଙ୍କବାଦୀଙ୍କୁ ଗୁଳି ମାରିବା ପୂର୍ବରୁ ବୀର ଯବାନ ମାନେ କ'ଣ ନିର୍ବାଚନ ଆୟୋଗଙ୍କ ଅନୁମତି ନେବେ? ଜାଣନ୍ତୁ ନିର୍ବାଚନ ସଭାରେ କାହିଁକି ଏମିତି କହିଲେ ମୋଦି

Advertisment
ଆତଙ୍କବାଦୀଙ୍କୁ ଗୁଳି ମାରିବା ପୂର୍ବରୁ  ବୀର ଯବାନ ମାନେ କ'ଣ ନିର୍ବାଚନ ଆୟୋଗଙ୍କ ଅନୁମତି ନେବେ? ଜାଣନ୍ତୁ ନିର୍ବାଚନ ସଭାରେ କାହିଁକି ଏମିତି କହିଲେ ମୋଦି

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏସବୁ ଭିତରେ କୁଶୀନଗରରେ ଏକ ନିର୍ବାଚନ ସଭାରେ ଏକ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ସଭାରେ ପୁଣିଥରେ ସେନାକୁ ସାମ୍ନାକୁ ଆଣିଛନ୍ତି ମୋଦି । ନିର୍ବାଚନ ସଭାରେ ମୋଦି କହିଛନ୍ତି, ଆଜି ସକାଳୁ କାଶ୍ମୀରରେ କିଛି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ଆମ ବୀର ଯବାନ ମାନେ । କିନ୍ତୁ ଏହାକୁ ନେଇ ମଧ୍ୟ କିଛି ଲୋକ ପ୍ରଶ୍ନ ଉଠାଉଛନ୍ତି ଯେ, ମତଦାନ ଚାଲିଥିବା ଆତଙ୍କବାଦୀଙ୍କୁ କାହିଁକି ମାରିଲ ।

ଆତଙ୍କବାଦୀ ମାନେ ବୋମା ଓ ବନ୍ଧୁକ ଧରି ଆକ୍ରମଣ କରୁଛନ୍ତି । ଏଭଳି ସ୍ଥଳେ କଣ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇବା ପାଇଁ ଭାରତୀୟ ସେନା କଣ ନିର୍ବାଚନ ଆୟୋଗଙ୍କ ଅନୁମତି ଆଣିବେ । ବିରୋଧୀମାନେ ଏ କିଭଳି ନାଟକ କରୁଛନ୍ତି । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଅପରେସନ ଚାଲୁଥିଲା ଓ ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି ମୋଦି ।

ଏହାଛଡା ପରୋକ୍ଷରେ ମମତାଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ମୋଦି । ନିର୍ବାଚନ ସଭାରେ କହିଛନ୍ତି, ରାମ ନାମ ଧରୁଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରୁଥିବା ବ୍ୟକ୍ତିଙ୍କୁ ଲୋକତାନ୍ତ୍ରିକ ଉପାୟରେ ଦଣ୍ଡ ଦେବା ପାଇଁ ବିଜେପିକୁ ଭୋଟ ଦେବାକୁ ଅପିଲ୍ କରିଛନ୍ତି ମୋଦି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe