ଡିଏନଏ କହିବ ପୁଅ କାହାର । ପିଲା ଅଦଳବଦଳ ଘଟଣାରେ ଆଟେଣ୍ଡାଣ୍ଟ ସସ୍ପେଣ୍ଡ । ନିର୍ଦ୍ଦେଶକ କହିଲେ, ଅଭିଯୋଗକାରୀଙ୍କ ଜନ୍ମ ହୋଇଛି ଝିଅ

242

କନକ ବ୍ୟୁରୋ: କ୍ୟାପିଟାଲ୍ ହସପିଟାଲରେ ପିଲା ଅଦଳବଦଳ ନେଇ ଲାଗି ରହିଛି ବିବାଦ । ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ଶିଶୁ କନ୍ୟା ଧରାଇ ଦେଇଥିବା ନେଇ ଅଭିଯୋଗ ଆଣିଥିଲେ କେନ୍ଦ୍ରାପଡ଼ାର ପ୍ରାଣକୃଷ୍ଣ ବିଶ୍ୱାଳ । ଏହି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲେ ହସପିଟାଲ କର୍ତୃପକ୍ଷ । ପ୍ରାଥମିକ ଖୋଳତାଡ଼ ପରେ ପ୍ରାଣକୃଷ୍ଣଙ୍କର ଝିଅ ହୋଇଥିବା ହସପିଟାଲ ପକ୍ଷରୁ କୁହାଯାଇଛି । କିନ୍ତୁ ଏହି ଉତ୍ତରରେ ସନ୍ତୁଷ୍ଟ ହୋଇନାହାନ୍ତି ପ୍ରାଣକୃଷ୍ଣ । ଡିଏନଏ ଟେଷ୍ଟ ପାଇଁ ସେ ଦାବି କରିଥିବା ବେଳେ ମାମଲା ଏବେ କ୍ୟାପିଟାଲ୍ ଥାନାରେ ପହଁଚିଛି ।

  • ଡିଏନଏ କହିବ ‘ପୁଅ’ କାହାର?
  • ନିଲମ୍ବିତ ହେଲେ ଆଟେଣ୍ଡାଣ୍ଟ

ଲେବର ରୁମର ଆଟେଣ୍ଡାଣ୍ଟଙ୍କ ଯୋଗୁଁ ଏପରି ଭୁଲ ବୁଝାମଣା ହୋଇଥିବା କହିଛନ୍ତି କ୍ୟାପିଟାଲ୍ ହସପିଟାଲ୍ ନିର୍ଦ୍ଦେଶକ । ୩ ଜଣିଆ ଟିମ୍ ଏହାର ଯାଞ୍ଚ କରିବା ପରେ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବନ କରାଯାଇଛି । ଲେବର ରୁମ୍ରେ ପିଲା ଜନ୍ମ ହେବା ପରେ ଉଭୟ ମାଆ ଓ ଶିଶୁଙ୍କୁ ଠିକ୍ ଭାବେ ଟ୍ୟାଗିଂ କରାଯାଏ, ତେଣୁ ତ୍ରୁଟି ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି କ୍ୟାପିଟାଲ୍ ହସପିଟାଲ୍ ନିର୍ଦ୍ଦେଶକ ।

ତେବେ ସନ୍ଦେହ ଦୂର ହୋଇ ନଥିବାରୁ ଡିଏନଏ ଟେଷ୍ଟରୁ ହିଁ ଜଣାପଡିବ, ପୁଅ କାହାର, ଆଉ ଝିଅ କାହାର ।