କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲ ମୃତ୍ୟୁ ଘଟଣାରେ ଦୁଇ ମୃତକଙ୍କ ପରିଚୟ ଜାଣିବା ପାଇଁ ଡିଏନଏ ରିପୋର୍ଟକୁ ଅପେକ୍ଷା । ଉଭୟ ଜ୍ୟୋତିରଞ୍ଜନ ଓ ଦିଲ୍ଲୀପ ସାମନ୍ତରାୟଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ରହିଛି । ଗତକାଲି ଦିଲ୍ଲୀପଙ୍କ ମୃତ୍ୟୁ ପରେ ଏଯାବତ ମୃତଦେହ ପୁଲିସ ରଖିଛି । ଶବ ବ୍ୟବଚ୍ଛେଦ ସହ ଡିଏନଏ ଟେଷ୍ଟ ରିପୋର୍ଟ ପରେ ସ୍ପଷ୍ଟ ହେବ, ଶନିବାର ପ୍ରାଣ ହରାଇଥିବା ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତିରଞ୍ଜନ ।

Advertisment

ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ନମୁନା ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯିବ । ଏହାର ରିପୋର୍ଟ ଆସିବାକୁ ସପ୍ତାହେ ସମୟ ଲାଗିବ ବୋଲି ଜଣାପଡ଼ିଛି । ଏହା ପରେ ମୃତଦେହର ପରିଚୟ ମିଳିବା ପରେ ଏହାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଗତ ୩୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା କହିଥିଲେ ହସ୍ପିଟାଲ୍ କର୍ତ୍ତୃର୍ୃପକ୍ଷ । କିନ୍ତୁ ୪ ତାରିଖରେ ଜ୍ୟୋତିରଞ୍ଜନଙ୍କ ନାଁରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ନିଜକୁ ଦିଲ୍ଲୀପ ବୋଲି କହିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଜ୍ୟୋତିରଞ୍ଜନଙ୍କୁ ଫେରାଇ ଦେବା ପାଇଁ ଦାବି କରିଥିଲେ ତାଙ୍କ ପରିବାର ଲୋକ । ତେବେ ଦିଲ୍ଲୀପ ବୋଲି ପରିଚୟ ଦେଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହ କାହାକୁ ଦିଆଯିବ, ତାହା ବଡ଼ ପ୍ରସଙ୍ଗ ପାଲଟିଛି ।