ରାଜଧୀନରେ ଏଲପିଜି ଟାଙ୍କି ବିସ୍ଫୋରଣ ଆସିଲା ଡିଏନଏ ରିପୋର୍ଟ । ନିଖୋଜ ସୀମାଂଚଳ ପରିଡାଙ୍କ ସହ ଆଉ ଜଣଙ୍କର ମୃତ ହୋଇଥିବା ସୂଚନା । ପୁଲିସ କମିଶନର କହିଲେ ବିସ୍ଫୋରଣରେ କୌଣସି ସ୍ଥାନୀୟ ଲୋକଙ୍କ ଯାଇନି ଜୀବନ

2,373

କନକ ବ୍ୟୁରୋ : ରାଜଧୀନରେ ଏଲପିଜି ଟାଙ୍କି ବିସ୍ଫୋରଣ ଘଟଣାର ଡିଏନଏ ରିପୋର୍ଟ ଆସିଛି । ଏସଏଫଏଏସଏଲ ବା ଫରେନସିକ ପରୀକ୍ଷାଗାରରୁ ଡିଏନଏ ରିପୋର୍ଟ ଆସିଛି । ଡିଏନଏ ରିପୋର୍ଟ ସ୍ପଷ୍ଟ କରିଛି ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ ଟାଙ୍କି ବିସ୍ଫୋରଣ ପରଠୁ ନିଖୋଜ ଥିବା ସୀମାଂଚଳ ପରିଡାଙ୍କ ମୃତ୍ୟୁ ହୋଇଛି । ସୀମାଂଚଳଙ୍କ ସହ ଅନ୍ୟ ଜଣଙ୍କର ମଧ୍ୟ ମୃତ ହୋଇଥିବା ଡିଏନଏ ରିପୋର୍ଟରୁ ଜଣାପଡିଛି ।

ବିସ୍ଫୋରଣ ପରେ ଘଟଣାସ୍ଥଳରୁ ସଂଗୃହୀତ ମାଂସ ଖଣ୍ଡର ଡିଏନଏ ଟେଷ୍ଟ ପାଇଁ ଫରେନସିକ ପରୀକ୍ଷାଗାରକୁ ପଠାଯାଇଥିଲା । ଆଜି ଡିଏନଏ ରିପୋର୍ଟ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରି ପୁଲିସ କମିଶନର ସୂଚନା ଦେଇଛନ୍ତି । ତେବେ ବିସ୍ଫୋରଣରେ କୌଣସି ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିବା ଡିଏନଏ ରିପୋର୍ଟରେ ନାହିଁ ବୋଲି କହିଛନ୍ତି କମିଶନର ।

ବିସ୍ଫୋରଣ ପରେ ନିଖୋଜ ଥିବା ସୀମାଂଚଳଙ୍କ କୌଣସି ପତାମିଳିନଥିଲା । କିଛି ଦିନ ପରେ ସୀମାଂଚଳଙ୍କ କୌଣସି ପତା ନମିଳିବାରୁ ବଂଚିଥିବା ଆଶା ଛାଡି ଦେଇଥିଲେ ପରିବାର ଲୋକେ । ପରେ ଗଂଜାମରେ ଥିବା ତାଙ୍କ ପୈତୃକ ଗ୍ରାମରେ ପ୍ରତିକ ଭାବେ ଏକ କୁଶ ପୁତଳିକାକୁ ନେଇ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଥିଲା ।