କନକ ବ୍ୟୁରୋ : ନବଜାତଙ୍କ ଗୋଡରେ ଲାଗିବ ଟ୍ୟାଗ । ଶିଶୁ ଅଦଳବଦଳ ଅଭିଯୋଗ ପରେ କ୍ୟାପିଟାଲ ହସପିଟାଲ କର୍ତ୍ତପକ୍ଷଙ୍କ ନିଷ୍ପତ୍ତି । ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଏଭଳି ନୂଆ ନିୟମ ଆଣିଛନ୍ତି । ଏଣିକି ଅପରେସନ ଥିଏଟରରେ ପ୍ରସୂତିଙ୍କ ନାମ ଓ ରେଜିଷ୍ଟ୍ରେସନକୁ ନେଇ ସୂଚନା ଟ୍ୟାଗ ପ୍ରସ୍ତୁତ କରାଯିବ । ଏହି ଟ୍ୟାଗଙ୍କୁ ନବଜାତଙ୍କ ଗୋଡରେ ବନ୍ଧାଯିବ ।
ସିଜରିଆରନ ଅବା ସ୍ୱାଭାବିକ ପ୍ରସୂତିଙ୍କୁ ତୁରନ୍ତ ଶିଶୁ ସମ୍ପର୍କରେ ସୂଚନା ଦିଆଯିବ । ଆଉ ପ୍ରତ୍ୟକ୍ଷ ଭାବେ ଶିଶୁକୁ ମାଆଙ୍କୁ ଦେଖାଯିବ । ପୁଅ ଅବା ଝିଅ ହୋଇଛି , ତାହା ଆଉ କୌଣସି ନର୍ସ ସୂଚନା ଦେବେନାହିଁ । କେବଳ ଜନ୍ମକରାଇଥିବା ଡାକ୍ତର ଏନେଇ ମାଆଙ୍କୁ ଅବଗତ କରିବେ । ସେପଟେ ନବଜାତ ଶିଶୁ ଅଦଳବଦଳ ବିବାଦର ଅନ୍ତ ଘଟିଛି । ମା ସଙ୍ଗେ ଝିଅର ଡିଏନଏ ରିପୋର୍ଟ ଆସିଛି ।
ରିପୋର୍ଟ ଅନୁସାରେ, ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ଝିଅ ହୋଇଥିବା ଜଣାପଡିଛି । କୋର୍ଟ ଅନୁମତି ପରେ ଗତ ସୋମବାରଦିନ ମା ଓ ଝିଅର ଡିଏନଏ ନମୁନା ନେଇଥିଲେ ହସ୍ପିଟାଲ କର୍ତ୍ତପକ୍ଷ । ଏହାପରେ ରିପୋର୍ଟ ଆସିଛି । କ୍ୟାପିଟାଲ ହସପିଟାଲରେ ଛୁଆ ଅଦଳବଦଳ ହୋଇଥିବା ଅଭିଯୋଗ କରିଥିଲେ ଛୁଆର ବାପା ପ୍ରାଣକୃଷ୍ଣ ପରିଜା ।