କନକ ବ୍ୟୁରୋ: ହାଇଟେକ୍ ବିସ୍ଫୋରଣ ଘଟଣାରେ ଆସିଲା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଲା ରିପୋର୍ଟ । ଏବେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଡିଏନଏ ମ୍ୟାଚ ପରେ ପୁଲିସ ଦିଲ୍ଲୀପଙ୍କ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରିବ ବୋଲି ଆଡିସିିନାଲ ଡିସିପି କହିଛନ୍ତି । ସେପଟେ ମୃତଦେହ ନ ନେବାକୁ ଦିଲ୍ଲୀପଙ୍କ ପରିବାର ଲୋକ ପ୍ରଥମେ ଜିଦ୍ ଧରି ମଂଚେଶ୍ୱର ଥାନା ଆଗରେ ଧାରଣା ଦେଇଥିଲେ । ଏଫଆଇର କରି ମିଳିବା ପରେ ଏମ୍ସରେ ମୃତଦେହ ଗ୍ରହଣ କରି ଘରକୁ ନେଇଛନ୍ତି ।
ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ ।
/kanak/media/post_attachments/wp-content/uploads/2024/01/Screen-Shot-2024-01-10-at-8.22.22-AM.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)