ଉତ୍ତରାଖଣ୍ଡ ନେନିତାଲର ବିଡି ପାଣ୍ଡେୟ ହସ୍ପିଟାଲ ବାହାରେ ଜଣେ ମହିଳା ନିଜ ସନ୍ତାନକୁ ଧରି ଡାକ୍ତରଖାନା ବାହାରେ ଲମ୍ବା ଲାଇନରେ ଠିଆ ହେଲେ, ନିଜ ନମ୍ବର ଲାଗିବା ପରେ ସେ ଅନୁମତୀ ପତ୍ର ନେଇ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଅପେକ୍ଷା କଲେ ଏବଂ ଶେଷରେ ନିଜ ଶିଶୁର ସ୍ୱାସ୍ଥ୍ୟ ଚିକିତ୍ସା କରାଇ ଘରକୁ ଫେରିଆସିଲେ । ଏହି ଘଟଣାଟି ପ୍ରତ୍ୟେକ ଡାକ୍ତରଖାନାର ନିତିଦିନିଆ କଥା ହୋଇଥିବା ବେଳେ ଏଠାକାର କଥା କିଛି ଅଲଗା । ଯେଉଁ ମହିଳା ଜଣକ ନିଜ ଶିଶୁକୁ ଧରି ଘଣ୍ଟାଏ ଲାଇନରେ ଠିଆ ହୋଇ ଡାକ୍ତରଙ୍କୁ ସାକ୍ଷାତ କଲେ ସେ ଆଉ କେହି ନୁହଁନ୍ତି ନେନିତାଲର ଜିଲ୍ଲାପାଳ ସବିନ୍ ବନ୍ସଲଙ୍କ ପତ୍ନୀ ସୁରଭି । ସୁରଭି ନିଜ ରୋଗିଣା ଶିଶୁର ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିଲେ । ଏହି ସମୟରେ ସେ କାହାକୁ ନିଜର ପରିଚୟ ଦେଇନଥିଲେ । ସାଧାରଣ ଲୋକ ଭଳି ସେ ଲାଇନ୍ ରେ ଘଣ୍ଟାଏ ଠିଆ ହେଲେ ଏବଂ ଡାକ୍ତରଙ୍କୁ ସାକ୍ଷାତ କରି ଘରକୁ ଫେରିଆସିଲେ ।
ଡାକ୍ତରମାନଙ୍କ କହିବାନୁସାର ସେ କାହାରିକୁ ଏନେଇ ଅନୁଭବ ହେବାକୁ ଦେଇନଥିଲେ ଯେ ସେ ଅସଲରେ କିଏ ! ସେ ଯେତେବେଳେ ଚିକିତ୍ସା ସାରି ଘରକୁ ଫେରୁଥିଲେ ଜିଲ୍ଲାପାଳଙ୍କ ଗାଡି ତାଙ୍କୁ ନେବାକୁ ଆସିଥିଲା । ସେତେବେଳେ ପୁରା ଡାକ୍ତରଖାନା ମହିଳାଙ୍କ ଅସଲ ପରିଚୟ ଜାଣିଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଏନେଇ ଖବର ମିଳିବା ପରେ ସେ ତତକ୍ଷଣାତ୍ ସୁରଭୀଙ୍କୁ ଭେଟିବା ପାଇଁ ଯିବା ସମୟରେ ସେ ସେଠାରୁ ବାହାରି ସାରିଥିଲେ । ଏହି ଖବର ଜଣାପଡିବା ପରେ ପୁରା ସହରରେ ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହେଲା । ଜିଲ୍ଲାପାଳଙ୍କ ପତ୍ନୀଙ୍କ ଏଭଳି ସାଧାରଣ ଜୀବନଯାପନକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/547906-hospital-line.jpg)
/kanak/media/post_attachments/wp-content/uploads/2019/07/0ad3c42e067d439faa7615ace4496340_8-300x200.jpg)