ମହିଳାଙ୍କୁ ନେଇ ଡିଏମକେର ବଡ ଘୋଷଣା । ସରକାର ଗଢିଲେ ପ୍ରତି ପରିବାରର ମହିଳାଙ୍କୁ ମାସିକ ଏକ ହଜାର ଟଙ୍କା ।

144

କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ନେଇ ତାମିଲନାଡୁରେ ଡିଏମକେର ବଡ ଘୋଷଣା । ରବିବାର ଦଳର ସଂକଳ୍ପ ପତ୍ର ଜାରି କରାଯାଇ ଏକ ବଡ ଘୋଷଣା କରାଯାଇଛି । ଦଳର ମୁଖ୍ୟ ଏମକେ ଷ୍ଟାଲିନ ସାତ ସୁତ୍ରୀ ପ୍ରତିଶ୍ରୁତି ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ଏଥିସହ ଡିଏମକେ ଆଗାମୀ ନିର୍ବାଚନରେ ବିଜୟୀ ହୋଇ ସରକାର ଗଢିଲେ ପ୍ରତି ମାସରେ ରାଜ୍ୟର ସମସ୍ତ ମହିଳାଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ସମସ୍ତଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ଡିଏମକେ ପ୍ରତି ପରିବାରର ମହିଳାଙ୍କୁ ଏକ ହଜାର ଟଙ୍କା ଲେଖାଏଁ ମାସିକ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏହାଛଡା ବାର୍ଷିକ ୧୦ଲକ୍ଷ ରୋଜଗାର ସୃଷ୍ଟି କରିବାକୁ ମଧ୍ୟ ରାଜ୍ୟବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛି ଡିଏମକେ । ସେହିପରି କୃଷି, ବ୍ୟବସାୟ, ଜଳସେଚନ, ରୋଜଗାର, ଶିଳ୍ପ ଉପରେ ବିକାଶର ଏକ ଖସଡା ରଖିଛନ୍ତି ଡିଏମକେ ସୁୁପ୍ରିମୋ ଏମକେ ଷ୍ଟାଲିନ ।