କନକ ବ୍ୟୁରୋ : ଅସୁସ୍ଥ ଡିଏମକେ ସଭାପତି ଏମ.କେ.କରୁଣାନିଧି । ଗୁରୁତର ଅବସ୍ଥାରେ ୯୩ ବର୍ଷିୟ କରୁଣାନିଧୀଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ତାଙ୍କୁ ପ୍ରବଳ ଥଣ୍ଡା ଓ ଇନଡାଇଜେସନ୍ ହେବାରୁ ଗତକାଲି ବିଳମ୍ବିତ ରାତିରେ ମେଡିକାଲରେ ଭର୍ତି କରାଯାଇଛି ।
କାବେରୀ ଡାକ୍ତରଖାନାର ଏକ ଡାକ୍ତରୀ ଦଳ କରୁଣାନିଧିଙ୍କ ଚିକିତ୍ସା କରୁଛନ୍ତି । ତେବେ ସପ୍ତାହେ ଆଗରୁ ସେ ଯେଉଁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ପୁଣି ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ ଗଳା ଓ ଫୁସଫୁସରେ ସଂକ୍ରମଣ ଥିବା ଜଣାପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-16-09h22m05s409.png)