କରୋନା ସଂକ୍ରମଣ ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ଆହ୍ୱାନ୍ । ସତର୍କ ନରହିଲେ ସରକାର ବି କିଛି କରିପାରିବେନି

154

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ୍ ଦେଲେ ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବାହାର ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଉଛି । ତେଣୁ ଆମକୁ ସଚେତନ ହେବାକୁ ପଡିବ । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ନିତ୍ୟନ୍ତ ଆବଶ୍ୟକ । ଏହା ସହିତ ନିୟମିତ ହାତ ସାନିଟାଇଜ୍ କରିବା ମଧ୍ୟ ଆବଶ୍ୟକ । ଆପଣଙ୍କ ଘର କିମ୍ବା ଘର ପାଖରେ ଯଦି କେହି ପ୍ରବାସୀ ଓଡିଆ ବାହାର ରାଜ୍ୟରୁ ଫରିଛନ୍ତି ତେବେ ପ୍ରଶାସନକୁ ତୁରନ୍ତ ଜଣାନ୍ତୁ । ଏହାଦ୍ୱାରା ଆମେ ସେମାନଙ୍କୁ ପରୀକ୍ଷା କରି ଆଇସୋଲେସନ୍ କରିପାରିବା ।
ସିବିକେ ମହାନ୍ତି ଆହୁରି ମଧ୍ୟ କହିଛନ୍ତି କି, ଟିକାକରଣ ପାଇଁ ବୟସ୍କ ବ୍ୟକ୍ତି ଭୟ କରୁଛନ୍ତି । କେବଳ ସ୍ୱାସ୍ଥ୍ୟ ବିଭାଗ ନୁହେଁ ସେମାନଙ୍କୁ ଟିକା ନେବା ପାଇଁ ସମସ୍ତେ ଉତ୍ସାହିତ କରିବା ଉଚିତ୍ । ଟିକାକରଣରେ କେଉଁଠି ବି ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଇନି । ଟିକା ନେଲେ ସୁରକ୍ଷିତ ରହିବା । ଆଗକୁ ଆସୁଛି ହୋଲି… ଘରେ ରହି ହୋଲି ଖେଳନ୍ତୁ । ସରକାରଙ୍କ ଦ୍ୱାରା ଯାହା ବି ଗାଇଡଲାଇନ୍ ରହିଛି ତାକୁ ପାଳନ କରନ୍ତୁ । କାରଣ ଆମେ ନିଜେ ସଜାଗ ନରହିଲେ ସରକାର ବି କିଛି କରିପାରିବେ ନାହିଁ । ଆମର କରୋନା ବିରୋଧୀ ଲଢେଇ ଜାରି ରହିବ । ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ଉପରେ ଧ୍ୟାନ ରହିଛି ।