ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ପ୍ରଜାତି ଚିହ୍ନଟ । ସତର୍କ କଲେ ଡିଏମଇଟି, କହିଲେ… ।

148

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ସତର୍କ କଲେ ଡ଼ିଏମଇଟି । ଡ଼ିଏମଇଟି ରମା ରମଣ ମହାନ୍ତି କହିଛନ୍ତି ଏବେ ଆନ୍ତର୍ଜାତିକ ଗମନାଗମନ ସ୍ୱାଭାବିକ ହୋଇଥିବାରୁ ଆମ ଦେଶକୁ ଏହି ପ୍ରଜାତି ଆସିବାର ସମ୍ଭାବନା ରହିଛି । ତେବେ ଗାଇଡ଼ ଲାଇନ ଅନୁସାରେ ଯଦି ଜଣେ ଯାତ୍ରୀ  ଦକ୍ଷିଣ ଆଫ୍ରିକା, ବୋସ୍ୱାନ ଓ ହଂକଂ ଆସୁଛନ୍ତି । ପ୍ରଥମେ ଟେଷ୍ଟିଂ ପରେ ଅତି କମରେ ୧୦ ଦିନ ଆଇସୋଲେସନରେ ରହିବାକୁ ପଡ଼ିବ । ଯଦି ପଜିଟିଭ ଆସେ ତାହେଲେ ପ୍ରଜାତି ଯାଞ୍ଚ ହେବ । ତାହାଲେ ଏହାକୁ ରୋକି ପାରିବା ବୋଲି କହିଛନ୍ତି ଡ଼ିଏମଇଟି ।

ପ୍ରଜାତି ନୂଆ ହୋଇଥିବାରୁ ଏହାର ଭୟାବହତା ଓ ତିବ୍ରତା ଜଣାପଡ଼ିନାହିଁ । ତେବେ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ସେହିଭଳି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ସମସ୍ତ ଦେଶକୁ ଏବାବଦରେ ସୂଚନା ଦେବା ସହ ସତର୍କ କରିଛି । ତେବେ ଏହାକୁ ମାତ୍ ଦେବାକୁ ଯାତାୟତ କଟକଣାକୁ କଡାକଡି କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି ଡିଏମଇଟି । ଏସବୁ ଭିତରେ ଓଡ଼ିଶାର ସ୍ଥିତି ଏବେ ଭଲ ଅଛି ବୋଲି କହିଛନ୍ତି ଡ଼ିଏମଇଟି ରମା ରମଣ ମହାନ୍ତି ।