ଜାତୀୟ ହାର ତୁଳନାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍ କମ । ସରକାରଙ୍କ ସଠିକ ପଦକ୍ଷେପ କାରଣରୁ ରାଜ୍ୟରେ କରୋନା ସଂକ୍ରମଣ ହାର କମ୍ ହେଉଛି : ସିବିକେ ମହାନ୍ତି

127

କନକ ବ୍ୟୁରୋ : ରାଜ୍ୟରେ ଏବେ ସଂକ୍ରମଣ କମୁଛି କିନ୍ତୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଜାତୀୟ ହାର ତୁଳନାରେ ରାଜ୍ୟରେ ଏହି ସଂଖ୍ୟା ବେଶ୍ କମ୍ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ଅନେକ ପଦକ୍ଷେପ କାରଣରୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ହାର କମ୍ ହେଉଛି ।

ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବି ବଢିଛି ବୋଲି କହିଛନ୍ତି ଡିଏମଇଟି । ତେବେ ରାଜ୍ୟରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । କେବଳ ଯେ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ତାହା ନୁହେଁ ବରଂ କରୋନା ଆକ୍ରାନ୍ତଙ୍କ ମୃତୁକଙ୍କ ସଂଖ୍ୟା ମଧ୍ୟ ସମାନ ପରିମାଣରେ ବଢିବାରେ ଲାଗିଛି ।