ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା : ଓଡିଶାରେ କୁହାଯାଇପାରିବନି ଦ୍ୱିତୀୟ ୱେଭ; ସତର୍କ ରହିବା ଜରୁରୀ

148

କନକ ବ୍ୟୁରୋ : ବ୍ରିଟେନର ନୂଆ କରୋନା ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି । ପୂର୍ବ କରୋନା ରୋଗୀଙ୍କ ପରି ଏହି ରୋଗୀଙ୍କ ଲକ୍ଷଣ ସମାନ ରହିଛି । ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

କିନ୍ତୁ ବ୍ରିଟେନର ଗତ ୩ ମାସର ସଂକ୍ରମଣ ହାର ଦେଖିଲେ ସେମିତି କିଛି ପ୍ରତିଫଳିତ ହେଉନାହିଁ ବୋଲି ସେ କହିଛନ୍ତି କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ । ସରକାର ଏସବୁ ଉପରେ ନଜର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ପ୍ରତିଦିନ ସମୀକ୍ଷା କରୁଛନ୍ତି । ବ୍ରିଟେନ ଫେରନ୍ତା ନିଜ ସମ୍ପର୍କରେ ସୂଚନା ଦେବାକୁ ଆହ୍ୱାନ କରାଯାଇଛି । ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ଜେନେଟିକ୍ ଆନାଲିସିସ୍ ହେବ ।

ଏହି ବ୍ୟକ୍ତିଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁ ସ୍ପଷ୍ଟ ନହେବା ଯାଏଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି କିନ୍ତୁ ଏହାକୁ ଦ୍ୱିତୀୟ ୱେବ୍ କୁହାଯାଇପାରିବ ନାହିଁ । ୟୁରୋପୀୟ ଦେଶ ଗୁଡିକୁ ଛାଡିଲେ ଅନ୍ୟ କୌଣସି ଦେଶରେ ଦ୍ୱିତୀୟ ୱେଭ୍ କଥା ଦେଖାଯାଇନି । ଏହି ଷ୍ଟ୍ରେନ ଅଧିକ ସଂକ୍ରମିତ ବୋଲି ଯେଉଁ ଚର୍ଚା ହେଉଛି ତାହା ଲାବରେଟରି ଆନାଲିସିସ୍ ଓ ଫିଲଡ୍ ରିପୋର୍ଟ ମଧ୍ୟରେ ଫରକ ରହିଛି ବୋଲି କହିଛନ୍ତି ଡିଏମଇଟି ।