ସ୍କୁଲ ଖୋଲିବା ପରେ ପିଲାଙ୍କ ଉପରେ ରହିବ ସ୍ୱତନ୍ତ୍ର ନଜର । ସୂଚନା ଦେଲେ ଡିଏମଇଟି ସିବିକେ ମହାନ୍ତି

129

କନକ ବ୍ୟୁରୋ : ସ୍କୁଲ ଖୋଲିବା ପରେ ପିଲାଙ୍କ ଉପରେ ନଜର ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ । ସ୍କୁଲ ପିଲାଙ୍କଠାରେ କଣ ସବୁ ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ ଟିକା ନେଇଛନ୍ତି କି ନାହିଁ ତାକୁ ଅନୁଧ୍ୟାନ କରିବ ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ । କେବଳଯେ ପିଲାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିବ ତା ନୁହେଁ ଅଭିଭାବକମାନେ ମଧ୍ୟ ପିଲାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବେ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ସିବିକେ ମହାନ୍ତି ଏହା ମଧ୍ୟ କହିଛନ୍ତି କି, ସ୍କୁଲ ପିଲାମାନଙ୍କୁ ଟିକା ଦିଆଯାଇନାହିଁ । ଆଉ ଅବେ ସ୍କୁଲ ଖୋଲୁଛି । ତେଣୁ ବଡ ଲୋକଙ୍କ ଠାରୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଥାଏ । ତେଣୁ ସମସ୍ତଙ୍କୁ ସଚେତନ ହେବା ଜରୁରୀ । ଯଦି କୌଣସି ସ୍କୁଲ ଶିକ୍ଷକ-ଶିକ୍ଷୟତ୍ରୀ ଟିକା ନେଇ ନାହାନ୍ତି ତେବେ ତୁରନ୍ତ ଟିକା ନେଇଯିବା ଉଚିତ୍ । ଅଭିଭାବକମାନେ ମଧ୍ୟ ତୁରନ୍ତ ଟିକା ନେଇଯିବା ଉଚିତ୍ ।
ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସ୍କୁଲ ଖୋଲିବା ପରେ ପିଲାଙ୍କ ଟେଷ୍ଟିଂ କରାଯିବ । ପିଲାଙ୍କ ଦେହରେ ଲକ୍ଷଣ ଦେଖାଗଲେ ତୁରନ୍ତ ପଦକ୍ଷେପ ନିଆଯିବ । ସ୍କୁଲ ପିଲାଙ୍କ ଉପରେ ସର୍ଭିଲାନ୍ସ ଟିମ୍ ସ୍ୱତନ୍ତ୍ର ନଜର ରଖିବା ସହ ସ୍ଥିତିକୁ ମନିଟରିଂ କରିବେ ।

ଗତକାଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଦଶହରା ପରେ ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ । ଆସନ୍ତା ୨୧ତାରିଖରେ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢା ଆରମ୍ଭ ହେବ । କ୍ଲାସରୁମରେ କରୋନା କଟକଣା ଅନୁଯାଇ ପାଠ ପଢାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି