ତୃତୀୟ ଲହର ନେଇ କେନ୍ଦ୍ରୀୟ ପ୍ୟାନେଲ ସତର୍କ କରାଇବା ପରେ ଓଡ଼ିଶାର ପ୍ରସ୍ତୁତି : ପିକ୍ ସମୟରେ ରାଜ୍ୟରେ ଦିନକୁ ଆସିପାରେ ୧୪ ହଜାର ମାମଲା

୨.୨ %ହାରରେ ୭୦୦ ଆଇସିୟୁ ବେଡ ଓ ଭେଂଟିଲେଟର ପ୍ରସ୍ତୁତ ରଖୁଛନ୍ତି ସରକାର

198

କନକ ବ୍ୟୁରୋ : ତୃତୀୟ ଲହର ନେଇ କେନ୍ଦ୍ରୀୟ ପ୍ୟାନେଲ ସତର୍କ କରାଇବା ପରେ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଆଜି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ତୃତୀୟ ଲହର ଶୀର୍ଷ ଛୁଇଁଲା ବେଳକୁ ଦେଶରେ ସର୍ବାଧିକ ଦୈନିକ ୪ ଲକ୍ଷ ମାମଲା ଆସିପାରେ ବୋଲି ଆକଳନ କରାଯାଉଛି ।

ଓଡ଼ିଶାର ଜନସଂଖ୍ୟା ଦେଶର ୩.୬ ପ୍ରତିଶତ ହୋଇଥିବାରୁ ସେପ୍ଟେମ୍ବର ଅକ୍ଟୋବର ବେଳକୁ ରାଜ୍ୟରେ ଦିନକୁ ୧୪ ହଜାର ୪୦୦ ମାମଲା ଆସିପାରେ । ସେଥିପାଇଁ ବିଶେଷଜ୍ଞଙ୍କ ଆକଳନ ଆଧାରରେ ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି । ଦୈନିକ ୧୪ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ୨.୨ ପ୍ରତିଶତ ଅର୍ଥାତ୍ ୭୦ ଜଣଙ୍କୁ ଆଇସିୟୁ ବେଡ୍ ବିମ୍ବା ଭେଂଟିଲେଟରର ଆବଶ୍ୟକତା ରହିବ । ଏତିକି ସଂଖ୍ୟକ ରୋଗୀଙ୍କ ପାଇଁ ୧୦ ଦିନ ହିସାବରେ ୭୦୦ ଆଇସିୟୁ ବେଡ୍ ଆବଶ୍ୟକ ପଡିପାରେ ବୋଲି କହିଛନ୍ତି ଡିଏମ୍ଇଟି ।

ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ହେଲା, ତୃତୀୟ ଲହରରେ ଶିଶୁ ଓ କିଶୋରମାନେ ଅଧିକ ସଂକ୍ରମିତ ହୋଇପାରନ୍ତିି ବୋଲି ଆଶଂକା କରାଯାଉଛି । ତେଣୁ ହସ୍ପିଟାଲରେ ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ, କୋଭିଡ୍ ହସ୍ପିଟାଲରେ ମଧ୍ୟ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ବର୍ତମାନ ଦେଶରେ ୧୨ରୁ ୧୩ ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର । କରୋନାର ସଂକ୍ରମଣ ଶୀର୍ଷରେ ପହଂଚିଲା ବେଳକୁ ୧୦୦ ଜଣରେ ୨୩ ଜଣ ଶିଶୁଙ୍କୁ ହସ୍ପିଟାଲରେ ରଖି ଚିକତ୍ସା ଆବଶ୍ୟକ ପଡିପାରେ ।