ଆବଶ୍ୟକ ପଡିଲେ ସ୍କୁଲ ବନ୍ଦ ହୋଇପାରେ ! ପିଲାଙ୍କୁ କରୋନା ନେଇ ଡିଏମଇଟିଙ୍କ ସୂଚନା

149

କନକ ବ୍ୟୁରୋ : ପିଲାଙ୍କୁ କରୋନା ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ପିଲାମାନେ କିପରି କରୋନା ସଂକ୍ରମିତ ନହେବେ ତାର ପ୍ରାଥମିକ ଦାୟିତ୍ୱ ଅଭିଭାବକଙ୍କର ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଏହାସହ ପିଲାଙ୍କୁ ଥଣ୍ଡା ଜ୍ୱର ଥିଲେ ସ୍କୁଲ କର୍ତୃପକ୍ଷଙ୍କୁ ଅଭିଭାବକ ଅବଗତ କରାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡିଏମଇଟି । ଏପରିକି ଆବଶ୍ୟକ ପଡିଲେ, ସ୍କୁଲ ବନ୍ଦ କରାଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସ୍କୁଲ ପିଲାଙ୍କୁ କରୋନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆଗରୁ ପିଲାଙ୍କୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଥିଲା । ଏବେ ସଂକ୍ରମଣ ବଢୁଛି କିନ୍ତୁ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହେଉଛନ୍ତି ତାକୁ ଦେଖିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦୋକ । ପିଲାଙ୍କୁ ସଂକ୍ରମଣରୁ ରୋକିବା ପାଇଁ କେବଳ ସର୍ଭିଲାନ୍ସକୁ କଡାକଡି କରିବାକୁ ପଡିବ ବୋଲି ସେ ମତ ଦେଇଛନ୍ତି ।

କେଉଁଠି କୋଭିଡ କଟକଣାକୁ ହାଲୁକା ଭାବେ ନିଆଯାଉଛି ତାକୁ ବି ଜଗିବାକୁ ପଡିବ । ସ୍କୁଲଗୁଡିକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଯଦି କାହା ପାଖରେ ଲକ୍ଷଣ ଥାଏ ତେବେ ସେମାନେ ସ୍କୁଲ ନଆସିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଇସିୟୁରେ ଶୂନ୍ ଦଶମିକ ୨ପ୍ରତିଶତ ପିଲା ଥିବା ବେଳେ ଭେଂଟିଲେଟରରେ କୌଣସି ପିଲା ନାହାନ୍ତି । ହସପିଟାଲାଇଜେସନ ରେଟରୁ ଜଣାପଡୁଛି ଅଧିକାଂଶ ପିଲା ସାମାନ୍ୟ ସଂକ୍ରମିତ । ଏବଂ ଆର ଭାଲ୍ୟୁ ଭୁବନେଶ୍ୱର, କଟକରେ ୧ ରହିଥିବା ବେଳେ ଉପକୂଳ ଜିଲ୍ଲା ଗୁଡିକରେ ଆର ଭାଲ୍ୟୁ ଶୂନ୍ ଦଶମିକ ୯ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।