କନକ ବ୍ୟୁରୋ : ନିପା ଭାଇରସକୁ ନେଇ ସତର୍କ କରାଇଲେ ଓଡ଼ିଶା ଡ଼ିଏମଇଟ । ଡ଼ିଏମଇଟି କହିଲେ ମଣିଷରୁ ମଣିଷକୁ ବ୍ୟାପୁଛି ଏହି ଭାଇରସ । ହେଲେ ମହାମାରୀର ରୂପ ନେଇନାହିଁ । ଏହା କେବଳ ଆଉଟବ୍ରେକ୍..ତେଣୁ ସଚେତନ ହେବା ଦରକାର । ଏହାକୁ ଭୌଗଳିକ ସ୍ଥିତି ନିୟନ୍ତ୍ରଣ କରୁଛି । କେରଳରୁ ଏହି ଭାଇରସ ବ୍ୟାପୁଛି ।
ଗତକାଲି ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଥିବା ବେଳେ ନିପା ଭାଇରସରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଏହାକୁ ନେଇ କେରଳ ସରକାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ନମୁନାକୁ ମଧ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି । ୨୦୧୮ରେ ଏହି ଅଂଚଳରେ ପ୍ରଥମ ନିଫା ଭାଇରସ୍ ଚିହ୍ନଟ ହୋଇଥିଲା । ସେ ସମୟରେ ନିଫା ଭାଇରସରେ ୧୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭ଜଣଙ୍କର ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/18-5.jpg)