ମହାରାଷ୍ଟ୍ରରେ ଖୁବ୍ ଶୀଘ୍ର ତୃତୀୟ ଲହର ଆସିବ ବୋଲି ପୂର୍ବାନୁମାନ ପରେ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି : କହିଲେ ତୃତୀୟ ଲହର ପାଇଁ ଓଡ଼ିଶା ପ୍ରସ୍ତୁତ

368

କନକ ବ୍ୟୁରୋ : ମହାରାଷ୍ଟ୍ରରେ ୨-୩ ସପ୍ତାହ ପରେ ତୃତୀୟ ଲହର ଆସିବ ବୋଲି ପୂର୍ବାନୁମାନ କରାଯାଇଛି । ଏହାକୁ ନେଇ ଡିଏମଇଟି ପ୍ରତିକ୍ରିୟା ରଖିଛନ୍ତି । ସିବିକେ ମହାନ୍ତି କହିଛନ୍ତି, ଏଥିପାଇଁ ଆମେ ବି ପ୍ରସ୍ତୁତ ରହିଛୁ । ତେବେ ସବୁ ପୂର୍ବାନୁମାନ ଯେ ସତ ହୋଇଛି ତା ନୁହେଁ । ବିଶେଷଜ୍ଞ ଭିନ୍ନ ମତ ଦେଇଛନ୍ତି । ଜୁନ ୭ ଯାଏଁ ବିଶ୍ୱରେ ମାତ୍ର ୬୩ ଡେଲଟା ଭାରିଆଂଟ ଚିହ୍ନଟ ହୋଇଥିଲା । ଏହାମଧ୍ୟରୁ ଭାରତର ୬ଟି ରହିଛି ।

ସେପଟେ, କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର । ମହାରାଷ୍ଟ୍ରରେ ତୃତୀୟ ଲହର ଆସିଲେ ବି ବଡ଼ ହେବ ବୋଲି ମୋତେ ଲାଗୁନି ବୋଲି କହିଛନ୍ତି ନିରୋଜ ମିଶ୍ର । ଶହେ ବର୍ଷ ତଳେ ଯେଉଁ ମହାମାରୀ ଆସିଥିଲା ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଓ ଚତୁର୍ଥ ଲହର ସଂକ୍ରମଣ କମ୍ ଥିଲା ବୋଲି ସେ କହିଛନ୍ତି । ଟିକା ନେଲେ ବି କରୋନା ନୀୟମ ମାନିବାକୁ ପଡ଼ିବ ବୋଲି କହିଛନ୍ତି ଡ଼ାକ୍ତର ନିରୋଜ ମିଶ୍ର ।