ଦ୍ୱିତୀୟ ଲହରରେ କାହାକୁ ଅଧିକା ସଂକ୍ରମିତ କରୁଛି କରୋନା : ଖୋର୍ଦ୍ଧାରେ କାହିଁକି ବଢୁଛି ସଂକ୍ରମଣ ? ଜାଣନ୍ତୁ କ’ଣ କହିଲେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ?

403

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଆଜି ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଲେ, ଲୋକ ସଚେତନ ନ ହେଲେ ଆଗକୁ ସଂକ୍ରମଣ ଅଧିକ ହେବ । ବୟସ୍କ ଲୋକଙ୍କୁ କରୋନା ହେଲେ ସେମାନଙ୍କୁ ସଂଘରୋଧରେ ରଖିବାରୁ ପରାମର୍ଶ ।

ସବୁଠାରୁ ବଡ କଥା ହେଉଛି, ରାଜଧାନୀରେ ଲୋକ ନିୟମ ମାନୁନାହାଁନ୍ତି ଯାହା ଖୋର୍ଦ୍ଧାରେ ସଂକ୍ରମଣ ବୃଦ୍ଧିର ବଡ଼ କାରଣ ପାଲଟିଛି । ବିଶେଷଜ୍ଞଙ୍କ ମତରେ ମେ ଶେଷ ଆଡକୁ ସଂକ୍ରମଣ କମିପାରେ । ତ୍ୱରିତ ସଂକ୍ରମଣ ଚିହ୍ନଟକୁ ପ୍ରାଥମିକତା ଦିଆଯାଉଛି । ଡେଥ ରେଟ ବଢିବ ନା କମିବ ଏବେଠୁ କିଛି କହିହେବ ନାହିଁ । ପ୍ରଥମ ଲହରି ଠାରୁ ଦ୍ବିତୀୟ ଲହରି ଦ୍ରୁତ ବେଗରେ ବ୍ୟାପୁଛି ।

ପ୍ରଥମ ପ୍ରର୍ଯ୍ୟାୟରେ ଅଧିକ ବୟସ୍କ ଲୋକ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ରହିଯାଇଛି ତେଣୁ ଏବେ ବୟସ୍କଙ୍କ ଅପେକ୍ଷା ଯୁବ ଗୋଷ୍ଠିଙ୍କୁ କରୋନା ଅଧିକ ହେଉଛି । ଭାଇରସ ଚାହେଁ ସେ ବଂଚିକି ରହୁ,ତେଣୁ ମ୍ୟୁଟେସନ ବଦଳାଇ ଲୋକଙ୍କ ମାଧ୍ୟମରେ ସଂକ୍ରମିତ ହୁଏ ସେ ଦୃଷ୍ଟିରୁ ଦେଖିବାକୁ ଗଲେ ସଂକ୍ରମଣ ଆଗକୁ ଆହୁରି ବଢ଼ିପାରେ ।