ଡ୍ରାଇଭିଂ ଟେଷ୍ଟ ବେଳେ ଜଗିବ ଏଆଇ । ଅଟୋମେଟେଡ ହେଲା ପୂରା ପ୍ରକ୍ରିୟା, ରାଜ୍ୟର ୬ଟି ସ୍ଥାନରେ ଏଆଇ ଡ୍ରାଇଭିଂ ଟେଷ୍ଟିଂ ଆରମ୍ଭ

195

କନକ ବ୍ୟୁରୋ : ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାବେଳେ ଏଣିକି କୌଣସି ମାନବ ହସ୍ତକ୍ଷେପ ରହିବ ନାହିଁ । ଏଣିକି କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ଏଆଇ ଜରିଆରେ ସବୁକିଛିର ତଦାରଖ ହେବ । ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ହେବା ପରେ ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ ହୋଇଛି । ଅର୍ଥାତ
-ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା ଅଟୋମେଟେଡ ହେବ
-ଏଥିପାଇଁ ଏଆଇ କ୍ୟାମେରା ଖଞ୍ଜାଯାଇଛି
-ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ

ପରୀକ୍ଷାମୂଳକ ଭାବେ ଏହି ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଗଞ୍ଜାମ,ଚଣ୍ଡିଖୋଲ , ରାଉରକେଲା, ଅନୁଗୁଳ , ସୁନ୍ଦରଗଡ ଓ କେନ୍ଦୁଝର ଭଳି ୬ଟି ସ୍ଥାନରେ ଆରମ୍ଭ ହୋଇଛି । ଆଗାମୀ ଦିନରେ ୩୮ଟି ଯାକ ଆରଟିଓ ଅଫିସରେ ଏହି ବ୍ୟବସ୍ଥା ହେବ ।

ଜାତୀୟ ରାଜପଥ ରାସ୍ତାକଡରେ ବେଆଇନ ପାର୍କିଂ ଯୋଗୁଁ ଅନେକ ସମୟରେ ରାସ୍ତା ଦୁର୍ଘଟଣା ଲୋକଙ୍କ ଜୀବନ ନେଉଛି । ଆଉ ଏହାକୁ ରେକିବାକୁ ହେବ ଟ୍ରକ ଟର୍ମିନାଲ ।
-ରାଜ୍ୟର ୨୩ଟି ସ୍ଥାନରେ ଟ୍ରକ ଟର୍ମିନାଲ ହେବ
-ଡ୍ରାଇଭର ଓ ଟ୍ରାନ୍ସପୋର୍ଟରଙ୍କ ପାଇଁ ସବୁ ସୁବିଧା ରହିବ
-ଶହେରୁ ୩ ଶହ ଟ୍ରକ ପାର୍କିଂ ବ୍ୟବସ୍ଥା ରହିବ
-ଟ୍ରକ ଟର୍ମିନାଲଗୁଡିକର କାମ ୧୨ରୁ ୧୮ ମାସ ମଧ୍ୟରେ ସରିବ
ବାଇଟ-ଅମିତାଭ ଠାକୁର, ପରିବହନ କମିଶନର
ବାଇଟ-ସୁବ୍ରତ ନନ୍ଦ, ସଡକ ସୁଡକ ସୁରକ୍ଷା ବିଶେଷଜ୍ଞ

ରାଜ୍ୟରେ ଏନସିସିର ୬୩ ହଜାର କ୍ୟାଡେଟ ହେବେ ଜୁନିଅର ଶିକ୍ଷକ । ଏଥିଲାଗି ଏନସିସି ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୨ ବର୍ଷ ମଧ୍ୟରେ ସେମାନଙ୍କୁ ଦୁର୍ଘଟଣାଜନିତ ସହାୟତା ପାଇଁ ଫାଷ୍ଟ ରେସପଣ୍ଡର ଭାବେ ପ୍ରଶିକ୍ଷଣ ଦିଆଯିବ ।