ଘୁଞ୍ଚିଲା ଡିଏଲ୍‌ ଅବଧି : ଏସଟିଏ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

Advertisment
ଘୁଞ୍ଚିଲା ଡିଏଲ୍‌ ଅବଧି : ଏସଟିଏ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

କନକ ବ୍ୟୁରୋ : ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଡ୍ରାଇଭିଂ ଲାଇସେନସ ଅବଧିକୁ ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୩୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଫିଟନେସ, ପରମିଟ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଅବଧିକୁ ମଧ୍ୟ ୩୧ ତାରିଖ ଯାଏ ବଢାଇ ଦିଆଯାଇଛି। ତେବେ ଲର୍ଣ୍ଣିଂ ଲ‌ାଇସେନସଧାରୀ ଡିଏଲ ଟେଷ୍ଟ ପାଇଁ ନିଜର ନିକଟସ୍ଥ ଆରଟିଓରେ ସ୍ଲଟ୍ ନ ପାଇଲେ ସେମାନେ ଅନୁରୋଧପୂର୍ବକ ଆରଟିଓ ବଦଳାଇ ସ୍ଲଟ ବୁକିଂ କରିପାରିବେ। ଯେଉଁମାନେ ଡିଏଲ ଟେଷ୍ଟ ପାଇଁ ଫି ଦେଇଥିବେ ‌ସେମାନେ ଏ ସୁବିଧା ପାଇପାରିବେ ।

ସେହିଭଳି ଆସନ୍ତା ୧.୨.୨୦୨୦ ସୁଦ୍ଧା ସରୁଥିବା ଫିଟନେସକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି । ଆରସି ଗାଡି ପାଇଁ ମଧ୍ୟ ଏହି ବ‌ୈଧତାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଫେବ୍ରୁଆରି ୧,୨୦୨୦ରେ ସରୁଥିବା ଡିଏଲ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସେହିଭଳି ୧୮.୩.୨୦୨୦ରେ ସରୁଥିବା ଲର୍ଣ୍ଣିଂ ଲାଇସେନ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ‌ମାଲବୁହା ଗାଡି ଓ ସ୍କୁଲ ବସ ଗୁଡିକର ପରିମିଟ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ସ୍ଥାୟୀ ପରିମିଟ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe