ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକଭିକ ଜିତିଲେ ଷଷ୍ଠ ୱିମ୍ବିଲଡନ ଗ୍ରାଣ୍ଡସ୍ଲାମ : ୨୦ତମ ଗ୍ରାଣ୍ଡସ୍ଲାମ ଜିତି ରୋଜର ଫେଡରର ଓ ରାଫେଲ ନାଦାଲଙ୍କ ରେକର୍ଡ ସହ ହେଲେ ସମକକ୍ଷ

Advertisment
ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକଭିକ ଜିତିଲେ ଷଷ୍ଠ ୱିମ୍ବିଲଡନ ଗ୍ରାଣ୍ଡସ୍ଲାମ : ୨୦ତମ ଗ୍ରାଣ୍ଡସ୍ଲାମ ଜିତି ରୋଜର ଫେଡରର ଓ ରାଫେଲ ନାଦାଲଙ୍କ ରେକର୍ଡ ସହ ହେଲେ ସମକକ୍ଷ

କନକ ବ୍ୟୁରୋ : ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିକ ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ରବିବାର ସେଣ୍ଟର କୋର୍ଟରେ ଖେଳାଯାଇଥିବା ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ ସ୍ଲାମ୍‌ ପୁରୁଷ ଏକକ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜୋକୋଭିକ ୬-୭, ୬-୪, ୬-୪, ୬-୩ ସେଟ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ଇଟାଲିର ମାତିଓ ବେରେତିନିଙ୍କୁ ପରାସ୍ତ କରିଥିଲେ। ଏଥିସହ ସେ ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ ହ୍ୟାଟ୍ରିକ ଅର୍ଜନ କରିବା ସାଙ୍ଗକୁ ଷଷ୍ଠ ଥର ପାଇଁ ୱିମ୍ବଲ୍‌ଡନ୍‌ ଟ୍ରଫି ନିଜ ନାମରେ କରିନେଇଥିଲେ। ଏଠାରେ ହ୍ୟାଟ୍ରିକ ଟ୍ରଫି ଜିତିବାରେ ଇଂଲଣ୍ଡର ୱିଲିୟମ ରେନ୍‌ସ’ (୧୯୮୧-୮୬ ଲଗାତାର ୬) ଏବଂ ରୋଜର ଫେଡେରର୍‌ (୨୦୦୩-୦୭ ଲଗାତାର ୫)ଙ୍କ ପରେ ସେ ତୃତୀୟ ଖେଳାଳି ହୋଇଛନ୍ତି।

ପୁଣି ଏଠାରେ ଟ୍ରଫି କରାୟତ କରି ୩୪ ବର୍ଷୀୟ ‌ଜୋକୋଭିକ ‌ସ୍ବିଜରଲାଣ୍ଡର ରୋଜର ଫେଡେରର୍‌ ଏବଂ ସ୍ପେନ୍‌ର ରାଫେଲ ନାଦାଲଙ୍କ ସର୍ବାଧିକ ୨୦ ଗ୍ରାଣ୍ଡ୍ ସ୍ଲାମ୍‌ ଏକକ ଟ୍ରଫି ଜିତିବାର ସମକକ୍ଷ ହୋଇଛନ୍ତି । ଏହା ମଧ୍ୟ ଚଳିତ ଗ୍ରାଣ୍ଡ୍ ସ୍ଲାମ୍‌ ଋତୁରେ ତାଙ୍କର କ୍ରମାଗତ ତୃତୀୟ ମୁକୁଟ। ଅଷ୍ଟ୍ରେଲିଆର ରଡ୍‌ ଲାଭେର (୧୯୯୬)ଙ୍କ ପରେ କୌଣସି ବର୍ଷର ପ୍ରଥମ ତିନି ଗ୍ରାଣ୍ଡ ସ୍ଲାମ୍‌ ଜିତିବାରେ ଜୋକୋଭିକ ଦ୍ବିତୀୟ ତଥା ୫୨ ବର୍ଷ ପରେ ପ୍ରଥମ ଖେଳାଳି ହୋଇଛନ୍ତି । ଲାଭେର ୧୯୬୯ ଋତୁରେ ପ୍ରଥମ ତିନି ଗ୍ରାଣ୍ଡ୍‌ ସ୍ଲାମ୍‌ ଜିତିବାର କୀର୍ତ୍ତିମାନ ଆଜି ପର୍ଯ୍ୟନ୍ତ ନିଜ ନାମରେ ଅତୁଟ ରଖିଥିଲେ । ଯେଉଁଥିରେ ରବବାର ଜୋକୋଭିକ୍‌ ଯୋଡ଼ି ହୋଇଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe