ଡିଜେ ସାଉଣ୍ଡ ନେଲା ଜୀବନ । ରାଉରକେଲା ଏସଆଇଟି ଛକରୁ ଆସିଲା ମର୍ମନ୍ତୁଦ ଖବର । ଡିଜେ ପ୍ରୋସେସନ ବେଳେ ଟଳିପଡ଼ିଲେ ଚା’ ଦୋକାନୀ ।

513

କନକ ବ୍ୟୁରୋ: ମାତ୍ରାଧିକ ଡିଜେ ସାଉଣ୍ଡ ଘାତକ ପାଲଟିବା ନେଇ ଆଶଙ୍କା ବଢ଼ୁଥିବା ବେଳେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ରାଉରକେଲାରେ ଅତ୍ୟଧିକ ଡିଜେ ସାଉଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏସଆଇଟି ଛକରେ ସରସ୍ୱତୀ ପୂଜା ପ୍ରୋସେସନ ବେଳେ ଡିଜେ ସାଉଣ୍ଡ ବାଜୁଥିଲା । ଆଉ ସେହିପାଖରେ ଚା’ ଦୋକାନୀ ପ୍ରେମନାଥ ବାରଭାୟା ଥିଲେ । ହେଲେ ଡିଜେ ସାଉଣ୍ଡ ଶୁଣି ହଠାତ୍ ସେ ଅସୁସ୍ଥ ଅନୁଭବ କଲେ ଓ ଟଳିପଡ଼ିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡିଜେ ଗାଡ଼ିଟି ଭଦ୍ରକ ଅଂଚଳର ହୋଇଥିବା ବେଳେ ପୋଲିସ୍ ଏହି ଗାଡ଼ିକୁ ଜବତ କରିଛି ।