କନକ ବ୍ୟୁରୋ: ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ । ଗଣେଶ ପୂଜା ନେଇ ଆଜି କଟକରେ ଏକ ବୈଠକ ବସିଥିଲା । ଏହା ପରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି ।
ସେପ୍ଟେମ୍ୱର ୭ ତାରିଖରେ ଏଥର ଗଣେଶ ପୂଜା ପଡୁଛି । ଏଥର ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ୟ୍ୟାନୁଷ୍ଠାନ ହେବ । ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ । ଏଭଳି କରିବାକୁ ପ୍ରତି ପୂଜା କମିଟିକୁ ଲିଖିତ ଜଣାଇବେ କମିଶନରେଟ ପୁଲିସ । ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୁଲିସ ଅନୁମତି ଜରୁରୀ । ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି । ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ । ତେବେ କଟକରେ ଭସାଣ ୧୫, ୨୨ ଓ ୨୯ ତାରିଖରେ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/Capture-39.jpg)