ଆଜେକ୍ସ ମୃତ୍ୟୁ ପରେ ଆସୁଛି ନୂଆ ନୂଆ ରହସ୍ୟ । ଆତ୍ମହତ୍ୟା ପୂର୍ବରୁ ଭଉଣୀଙ୍କୁ ଦେଇଥିଲେ ଏଟିଏମ ଓ ଆଇଫୋନର ପାସୱାର୍ଡ ।

5,426

କନକ ବ୍ୟୁରୋ: ଆତ୍ମହତ୍ୟା ପାଇଁ ମନସ୍ଥ କରିନେଇଥିଲେ ଆଜେକ୍ସ ! ମୃତ୍ୟୁ ପୂର୍ବରୁ ଉଭଣୀକୁ ଦେଇଥିଲେ ପାସୱାର୍ଡ । ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ନେଇ ଧୀରେ ଧୀରେ ହଟୁଛି ପରଦା । ଚର୍ତୁକୋଣୀୟ ପ୍ରେମ ପାଇଁ ସୃଷ୍ଟି ଫାଟ ହିଁ ଆଜେକ୍ସ ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ଧିରେ ଧିରେ ସ୍ପଷ୍ଟ ହେଉଛି । ଏହାରି ଭିତରେ ଏକ ନୂଆ ସାଂଘାତକି ଅଭିଯୋଗ ଆଣିଛନ୍ତି ଆଜେକ୍ସଙ୍କ ଉଭଣୀ ମାମା ।

ମାର୍ଚ୍ଚ ୧୭, ରାତି ୧୨ଟା ୦୩ । ବୋଧହୁଏ ଆଜେକ୍ସ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇସାରିଥିଲେ । ଆଉ ଏହା ପୂର୍ବରୁ ସେ ନିଜ ଭଉଣୀ ମାମାଙ୍କ ପାଖକୁ ହ୍ୱାଟ୍ସଅପ୍ ମେସେଜ କରିଥିଲେ । ଯେଉଁଥିରେ ବ୍ୟାଙ୍କ ସମ୍ପର୍କିତ ସମସ୍ତ ପାସୱାଡ, ଏଟିଏମ ଓ ଫୋନ ପାସୱାର୍ଡ ଦେଇଥିଲେ । ଆଉ ରାତି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ । ଏହି ଘଟଣାର ପରଦିନ ଅର୍ଥାତ ୧୮ ତାରିଖ ସନ୍ଧ୍ୟାରେ ଆତ୍ମହତ୍ୟା କରିଥିଲେ ।

ଆଜେକ୍ସ ମୃତ୍ୟୁର ଚାଲିଛି ତନାଘନା । ମୋବାଇଲ, ଇ-ମେଲର ହେଉଛି ତନ୍ନ ତନ୍ନ ଯାଞ୍ଚ । ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମାଙ୍କ ଅଭିଯୋଗ ଆଧାରରେ ପୋଲିସ ବି ତଦନ୍ତକୁ ଜୋରଦାର କରିଛି । ଅକ୍ଷୟଙ୍କ ଭଲପାଇବା କାହାଣୀରେ ଅନଲାଇନ କମ୍ୟୁନିକେସନ ସମ୍ପୃକ୍ତ ଥିବାରୁ ଟେକ୍ନିକାଲ ଟିମର ସହଯୋଗ ନିଆଯାଇଛି । ଖାରବେଳ ନଗର ଥାନାରେ ସାଇବର ଥାନାର ୫ ଜଣିଆ ଟେକ୍ନିକାଲ ଟିମ ପହଞ୍ଚି ଆଜେକ୍ସ ଓ ତାଙ୍କ ପ୍ରେମିକାଙ୍କ ମୋବାଇଲ ଓ ଇମେଲକୁ ଯାଞ୍ଚ କରୁଛି । ମୋବାଇଲ ଚାଟିଂ ଡିଲିଟ ହୋଇଯାଇଥିବାରୁ ମେସେଜ ଓ ଚାଟକୁ ରିଟ୍ରାଇଭ କରିବାକୁ ଉଦ୍ୟମ ଜାରି ରଖିଛି ।

ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇସାରିଛି ଡିଜେ ଆଜେକ୍ସ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ଆଜେକ୍ସଙ୍କ ସିଡ୍ୟୁଲ ଇ-ମେଲ ଓ ଅଡିଓ ଭଏସ ମଧ୍ୟ ଆସିଛି ।
ତେଣୁ ପ୍ରଶ୍ନ ଉଠୁଛି,
-ଆଜେକ୍ସଙ୍କୁ ଆତ୍ମହତ୍ୟା ପାଇଁ କିଏ ଉସୁକାଇଥିଲା କି ?
-ଆଜେକ୍ସ ଓ ପ୍ରେମିକାଙ୍କ ମଧ୍ୟରେ ଆଉ କିଏ କେଁ ପୂରାଇଥିଲା ?
-ଆତ୍ମହତ୍ୟା ପୂର୍ବଦିନ ଆଜେକ୍ସଙ୍କ ସହ କଣ ଘଟିଥିଲା ?