ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲା, ଡିସିପିଙ୍କ ପ୍ରେସମିଟ : ଅକ୍ଷୟଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଚାଲିଛି ତଦନ୍ତ

134

କନକ ବ୍ୟୁରୋ : ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲାରେ ଡିସିପି ପ୍ରତୀକ ସିଂଙ୍କ ପ୍ରେସମିଟ । ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି । ଅକ୍ଷୟଙ୍କ ଭଲପାଇବା କାହାଣୀରେ ଅନଲାଇନ କମ୍ୟୁନିକେସନ ସମ୍ପୃକ୍ତ ଥିବାରୁ ଟେକ୍ନିକାଲ ଟିମର ସହଯୋଗ ନିଆଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ପ୍ରତ୍ୟେକ ଲୋକଙ୍କୁ ତଦନ୍ତ କରାଯାଉଛି ଏବଂ ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଡସିପି ।

ସେପଟେ ଖାରବେଳ ନଗର ଥାନାରେ ସାଇବର ଥାନାର ୫ ଜଣିଆ ଟେକ୍ନିକାଲ ଟିମ ପହଞ୍ଚି ଆଜେକ୍ସ ଓ ତାଙ୍କ ପ୍ରେମିକାଙ୍କ ମୋବାଇଲ ଓ ଇମେଲକୁ ଯାଞ୍ଚ କରୁଛି । ଡ଼ିଲିଟ ହୋଇଥିବା ମେସେଜ ଓ ଚାଟକୁ ରିଟ୍ରାଇଭ କରିବା ଜାରି ରଖିଛି । ଅନ୍ୟପଟେ ଗତକାଲି ପୁଲିସ ହାତରେ ଲାଗିଛି ଆଜେକ୍ସଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପ୍ରେମିକାଙ୍କୁ ପଠାଇଥିବା ଶେଷ ମେଲ୍, ଅଡ଼ିଓ କ୍ଲିପ ଓ କିଛି ଫଟୋ । ଯେଉଁଥିରେ ବ୍ରେକ ଅପ୍ କାରଣରୁ ଏଭଳି ଏକ ଚରମ ନିଷ୍ପତ୍ତିି ନେଇଥିବା କଥା ଆଜେକ୍ସ ସ୍ୱୀକାର କରିଛନ୍ତି ।