ଡିଜେ ଆଜେକ୍ସଙ୍କ ଓୟୋ କାହାଣୀ… ଜନ୍ମଦିନ ପାଳନ ପରେ କାହିଁକି ପ୍ରେମିକାଙ୍କ ସହ ଓୟୋ ଯାଇଥିଲେ ଆଜେକ୍ସ?

2,773

କନକ ବ୍ୟୁରୋ: ଜଣାଶୁଣା ଡିଜେ ଆଜେକ୍ସଙ୍କ ମୃତ୍ୟୁ ରହସ୍ୟରୁ ହଟିପାରୁନି ପରଦା । ଆଜେକ୍ସଙ୍କ ପ୍ରେମିକା ତାଙ୍କୁ ନିର୍ଯାତନା ଦେଉଥିବାରୁ ସେ ଏଭଳି ଚରମ ନିଷ୍ପତି ନେଇଥିବା ଅଭିଯୋଗ ହୋଇଛି । ହେଲେ ପ୍ରକୃତ ସତ କ’ଣ? କାହିଁକି ଆତ୍ମହତ୍ୟା କଲେ ଆଜେକ୍ସ ଓରଫ୍ ଅକ୍ଷୟ କୁମାର ମହାରଣା? ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଓୟୋ ପାଖରେ ଅଟକିଛି ପୋଲିସର ତଦନ୍ତ । କୁହାଯାଉଛି ପ୍ରେମିକାଙ୍କ ଜନ୍ମଦିନରେ ଆଜେକ୍ସ ଓୟୋ ରୁମ୍ରେ ରହିବା ପରଠୁ ମାନସିକ ବିଶାଦରେ ଥିଲେ । ଏଥିପାଇଁ ସେ ଏପରି ଏକ ଚରମ ପଦକ୍ଷେପ ନେଇଛନ୍ତି । ହେଲେ ସେଦିନ ଓୟୋ ରୁମରେ ଘଟିଥିଲା କ’ଣ? କାହିଁକି ମାନସିକ ଚାପରେ ଥିଲେ ସବୁବେଳେ ଲୋକଙ୍କୁ ନଚାଉଥିବା ଡିଜେ ଆଜେକ୍ସ । କ୍ୟାମେରା ଆଗରେ ଜନ୍ମଦିନ ଦିନର ପୂରା କାହାଣୀ କହିଛନ୍ତି ଆଜେକ୍ସଙ୍କ ବନ୍ଧୁ ରାହୁଲ । ଆଜି ରାହୁଲ, ଆଜେକ୍ସଙ୍କ ବାପାଙ୍କ ସହ ଖାରବେଳନଗର ଥାନା ଆସିଥିଲେ । ଆଉ ଥାନାରୁ ବାହାରିବା ପରେ ସେଦିନର ଘଟଣା କହିଛନ୍ତି ରାହୁଲ ।

ଜନ୍ମଦିନରେ ହୋଇଥିଲା କ’ଣ?
– ପ୍ରେମିକାଙ୍କ ଜନ୍ମଦିନ ଦିନ ବାଲେଶ୍ୱରରେ ସୋ’ କରୁଥିଲେ ଆଜେକ୍ସ
– ଜନ୍ମଦିନ ପାଳନ ପାଇଁ କେକ୍ କିଣିବାକୁ ରାହୁଲଙ୍କୁ କହିଥିଲେ ଆଜେକ୍ସ
– କେକ୍ କିଣି ନିଜ ଫ୍ରିଜ୍ରେ ରଖିବାକୁ ଆଜେକ୍ସ ରାହୁଲଙ୍କୁ କହିଥିଲେ
– ଜନ୍ମଦିନ ପୂର୍ବରୁ ହଷ୍ଟେଲରେ ରହୁଥିଲେ ଆଜେକ୍ସଙ୍କ ପ୍ରେମିକା
– ହଷ୍ଟେଲରୁ ପ୍ରେମିକାଙ୍କୁ ନେଇ ଆସିବା ପାଇଁ ୱାସିମଙ୍କୁ କହିଥିଲେ
– ବାଲେଶ୍ୱରରୁ ଫେରି ରାହୁଲଙ୍କ ଘରକୁ ଯାଇଥିଲେ ଆଜେକ୍ସ
– ରାହୁଲ ଓ ଆଜେକ୍ସ ଦୁଇଟି କାରରେ ୱାସିମ୍ଙ୍କ ଘରକୁ ଯାଇଥିଲେ
– ସେଠାରେ କେକ୍ କାଟି ସେଲିବ୍ରେସନ୍ କରିଥିଲେ ସମସ୍ତେ
– ଜନ୍ମଦିନ ସେଲିବ୍ରେସନର ଭିଡିଓ କରିଥିଲେ ଆଜେକ୍ସଙ୍କ ବନ୍ଧୁ ରାହୁଲ
– ୱାସିମଙ୍କ ଘରେ ସେଲିବ୍ରେସନ୍ ପରେ ଆଜେକ୍ସ ପ୍ରେମିକାଙ୍କ ସହ ଯାଇଥିଲେ ଓୟୋ

‘ଓୟୋ’ରେ ଘଟିଥିଲା କ’ଣ?
– ରାତିରେ ଓୟୋରେ ରହିଥିଲେ ଆଜେକ୍ସ ଓ ତାଙ୍କ ପ୍ରେମିକା
– ଓୟୋରେ ଦୁଇ ଜଣଙ୍କ ମଧ୍ୟରେ କ’ଣ ଘଟିଥିଲା?
– ତା’ ପରଦିନଠାରୁ ଆଜେକ୍ସଙ୍କ ମନ ଭଲ ରହୁନଥିଲା
– ପ୍ରେମିକାଙ୍କ ଜନ୍ମଦିନଠାରୁ ଉଦାସ ରହୁଥିଲେ ଡିଜେ ଆଜେକ୍ସ
– ପ୍ରେମିକାଙ୍କ ସହ ଆଜେକ୍ସଙ୍କ ଝଗଡ଼ା ହୋଇଥିଲା କି?
– କେଉଁ କଥା ପାଇଁ ଦୁଇ ଜଣଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ?
– କେଉଁ କଥା ପାଇଁ ଭାଙ୍ଗି ପଡ଼ିଥିଲେ ଡିଜେ ଆଜେକ୍ସ?
– ରଶ୍ମୀଙ୍କ ସହ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା କି?
– ଜନ୍ମଦିନରେ ଉଠାଯାଇଥିବା କିଛି ଫଟୋ ଓ ଭିଡିଓକୁ ନେଇ ବ୍ଲାକମେଲ କରାଯାଉଥିଲା କି?
– ମୋବାଇଲରୁ ସମସ୍ତ ଭିଡିଓ, ଫଟୋ ଓ ଚାଟିଂ କାହିଁକି ଡିଲିଟ୍ କରିଥିଲେ ଆଜେକ୍ସ?
– ଆଜେକ୍ସଙ୍କୁ କାହିଁକି ଚାପୁଡ଼ା ମରିଥିଲେ ପ୍ରେମିକା?
– ରଶ୍ମୀଙ୍କ ସହ ଥିବା ସମ୍ପର୍କକୁ ପ୍ରଘଟ କରିବାକୁ ଚାହୁଁଥିଲେ କି ଆଜେକ୍ସ?
– ଆଜେକ୍ସଙ୍କ ସହ ଥିବା ସମ୍ପର୍କ ଉଭୟ ଘର ଲୋକ ଜାଣିଥିଲେ
– କିନ୍ତୁ ରଶ୍ମୀଙ୍କ ସହ ଥିବା ସମ୍ପର୍କରେ କ’ଣ ଲୁଚାଉଥିଲେ ପ୍ରେମିକା?
– ରଶ୍ମୀ କାହିଁକି ଆଜେକ୍ସଙ୍କ ସମ୍ପର୍କକୁ ସହି ପାରୁନଥିଲେ?