ପୁଅର ଜୀବନ ବଞ୍ଚେଇବାକୁ ନେହୁରା ହେଉଛନ୍ତି ବାପା, ମାଆ । ସାହାଯ୍ୟ ଅପେକ୍ଷାରେ ପୂରା ପରିବାର । କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଦରକାର ଲକ୍ଷାଧିକ ଟଙ୍କା ।

ଭୁବନେଶ୍ୱରର ଦିବାନା ସ୍ୱାଇଁଙ୍କର ଦୁଇଟି ଯାକ କିଡନୀ ଫେଲ୍ ହୋଇଯାଇଛି

201

କନକ ବ୍ୟୁରୋ: ଘରର ଭେଣ୍ଡିଆ ପୁଅ ଯେବେ ରୋଗରେ ପଡେ । ରୋଜଗାରିଆ ପୁଅର ଯେବେ କିଡନୀ ଫେଲ୍ ହୁଏ । ସେତେବେଳେ ଦୁଃଖ ଆଉ ଅଭାବୀପଣର ଖବର ସାମ୍ନାକୁ ଆସେ ।
ଦିବାନା ସ୍ୱାଇଁ । ଘରର ଗୋଟିଏ ବୋଲି ରୋଜଗାରିଆ ବଡ ପୁଅ । ବାପା ମା ଭାବିଥିଲେ, ପୁଅ ରୋଜଗାର କରି ଘର ସମ୍ଭାଳିବ । ବୁଢା ବୟସରେ କାନ୍ଧକୁ ବଳ ଦେବ । ହେଲେ ସେ ସବୁ ସ୍ୱପ୍ନ ଆଜି ଧୂଳିରେ ମିଶିଯାଉଛି, ସେ ସବୁ କିଛି ଆଶା ମଉଳି ଯାଉଛି ।

୩ ମାସ ତଳେ ହଠାତ୍ ଦିବାନାଙ୍କର ଦେହ ଖରାପ ହେବାକୁ ଲାଗିଲା । ଦେହ ହାତ ଫୁଲିବା ସହିତ କିଛି କିଛି ଲକ୍ଷଣ ପ୍ରକାଶ ପାଇଥିଲା । ଆଉ ଯେତେବେଳେ ଡାକ୍ତର କିଡନୀ ଫେଲ୍ କଥା କହିଥିଲେ । ସେତେବେଳେ ପୂରା ପରିବାରର ପାଦ ତଳୁ ହିଁ ମାଟି ଖସିଯାଇଥିଲା ।

ପୁଅକୁ ବଞ୍ଚେଇବା ପାଇଁ ଏବେ ହସ୍ପିଟାଲ ରୁ ହସ୍ପିଟାଲ ବୁଲୁଛନ୍ତି ବାପା ମାଆ । ଯାହା ଯେତିକି ସଞ୍ଚୟ ଥିଲା, ସେତକ ବି ସରିବାକୁ ବସିଲାଣି । ଦିବାନା ଭଲ ହେବାକୁ ହେଲେ, ଏବେ କିଡନୀ ଟ୍ରାନ୍ସପ୍ଲାଂଟ ଦରକାର ଥିବାବେଳେ, କେମିତି ଏତେ ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ଦୁଃଖୀ ବାପା ମାଆ ।

ଭୁବନେଶ୍ୱର ଶିରିପୁର ଅଞ୍ଚଳରେ ରହୁଥିବା ଦିବାନାଙ୍କ ବାପା ରଙ୍ଗ କାମ କରି ପରିବାର ପୋଷୁଛନ୍ତି । ଆଉ ଘରର ଏମିତି ସ୍ଥିତିରେ ଭଉଣୀ ପାଠ ପଢାରେ ବି ଡୋରି ବନ୍ଧା ହେଇଛି । ଦିବାନାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଏବେ ଲକ୍ଷ ଲକ୍ଷ ଟଙ୍କା ଦରକାର ଥିବାବେଳେ, ସରକାରୀ ସାହାଯ୍ୟକୁ ଅନେଇ ବସିଛନ୍ତି ପୂରା ପରିବାର ।

ଆପଣଙ୍କର ଛୋଟିଆ ସାହାଯ୍ୟ ମଧ୍ୟ ଦିବାନାଙ୍କୁ ଦେଇପାରିବ ନୂଆ ଜୀବନ । ଆପଣ ଯଦି ଦିବାନାଙ୍କୁ ସାହାଯ୍ୟର ହାତ ବଢେଇବାକୁ ଚାହୁଁଛନ୍ତି । ତାଙ୍କୁ କିଛି ବି ସାହାଯ୍ୟ କରିବାକୁ ଇଚ୍ଛା କରୁଛନ୍ତି ତେବେ ନିଶ୍ଚୟ ସାହାଯ୍ୟର ହାତ ବଢାନ୍ତୁ । ଆଉ ଦିବାନାଙ୍କ ଜୀବନ ବଞ୍ଚେଇବାରେ ଏ ପରିବାରକୁ ସହାୟ ହୁଅନ୍ତୁ ।

  • ନାମ – ଦିବାନା ସ୍ୱାଇଁ
  • ଆକାଉଣ୍ଟ ନମ୍ବର – 50502310715
  • ଆଇଏଫଏସସି କୋର୍ଡ – IDIB000G597, ଆଲ୍ଲାବାଦ୍ ବ୍ୟାଙ୍କ୍
  • ଫୋନ୍ ପେ ନମ୍ବର – 7537994779