କନକ ବ୍ୟୁରୋ: ଭୁବନେଶ୍ୱର ୟୁନିଟ୍ ୪, ପୁରୀ ଗ୍ରାମ୍ୟ ବ୍ୟାଙ୍କ ନିକଟରେ କୁବେର ଅପ୍ଟିକାଲର ଚତୁର୍ଥ ଶାଖା, ‘ନିୟୁ ଅପ୍ଟିକାଲ ଆଣ୍ଡ ଆଇ କ୍ଲିନିକ’ ରବିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜଟଣୀ ବିଧାୟକ ସୁର ରାଉତରାୟ, କର୍ପୋରେଟର ଅଲିଅଳି ମଲିକ, ଚକ୍ଷୁ ବିଶେଷଜ୍ଞ ଡାକ୍ତର କଳ୍ପତରୁ ମହାପାତ୍ର, ଡାକ୍ତର ବି.କେ ପାଣି ଓ ପ୍ରବନ୍ଧ ନିର୍ଦ୍ଦେଶକ ବିଜୟ କୁମାର ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ନୂଆ ଶାଖାର ଉଦଘାଟନୀ ଉତ୍ସବରେ ପ୍ରବନ୍ଧ ନିର୍ଦେଶକ ବିଜୟ କୁମାର ବିଶ୍ବାଳ କହିଥିଲେ ଯେ, “ଏହି ବ୍ୟବସାୟରେ ଆମେ ଦୀର୍ଘ ୨୦ ବର୍ଷ ହେବ ଅଛୁ ଓ ଆମେ ଆମ ଗ୍ରାହକଙ୍କୁ ଉନ୍ନତ ମାନର ସେବା ଯୋଗାଇ ଆସୁଛୁ । ଏହି ନୂଆ ଶାଖାରେ ବିଭିନ୍ନ ଅନ୍ତର୍ଜାତୀୟ ବ୍ରାଣ୍ଡର ଚଷମା ମିଳିବା ସହ ବହୁ କମ୍ ମୂଲ୍ୟରେ ମହିଳା, ପୁରୁଷ ଓ ପିଲାମାନଙ୍କ ପାଇଁ ଡିଜାଇନର୍ ଚଷମା ଓ ଚଷମାର ଆସେସୋରିଜ୍ ମିଳିବ । ଏହା ଛଡା କଣ୍ଟାକ୍ଟ ଲେନ୍ସ, ଅପ୍ଟିକାଲ୍ ଲେନ୍ସ ମଧ୍ୟ ଉପଲବ୍ଧ । ଅପ୍ଟିକାଲ୍ ଇଣ୍ଡଷ୍ଟ୍ରିରେ ବର୍ଷ ବର୍ଷର ଅଭିଜ୍ଞତା ସହିତ, ଆମେ ପ୍ରତିଯୋଗିତାମୂଳକ ଉଚ୍ଚମାନର ଫ୍ରେମ୍ ପ୍ରଦାନ କରି ରାଜଧାନୀରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ହୋଇପାରିଛୁ ।“